Videos
|
Odisha

ଜଗା ଦର୍ଶନ ସାରି ଫେରିବା ବେଳେ ଭାଟ ବନ୍ଧ ନିକଟରେ ଓଲଟିଲା ଗାଡି

Smruti Parija
Browse all articles by Smruti Parija
·2 years ago·1 min read
ଜଗା ଦର୍ଶନ ସାରି ଫେରିବା ବେଳେ ଭାଟ ବନ୍ଧ ନିକଟରେ ଓଲଟିଲା ଗାଡି

ଭୁବନେଶ୍ୱର: ଜଗା ଦର୍ଶନ ସାରି ଫେରିବା ବେଳେ ଗାଡ଼ି ଦୁର୍ଘଟଣା । ୯ ଆହତ ଜଣେ ଗୁରୁତର । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ଗ୍ରାମରୁ ଗତକାଲି ରାତିରେ ୨ଟା ବେଳେ ଟାଟା ମେଜିକ ଗାଡ଼ିରେ ପ୍ରାୟ ୨୦ଜଣ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ବିଳମ୍ବିତ ରାତିରେ ଠାକୁରଙ୍କ ପହଡ଼ ପଡ଼ିଯାଇଥିଲା । ଭୋରୁ ଦର୍ଶନ ସାରି ଘରକୁ ଫେରିବା ସମୟ ନିମାପଡ଼ା ଥାନା ଭାଟ ବନ୍ଧ ନିକଟରେ ଗୋଟିଏ ଗାଡ଼ି ଭାରସାମ୍ୟ ହରାଇ ଗୋଟିଏ ଗାଡ଼ି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । 

ଗାଡ଼ିଟି ୩ ରୁ ୪ ଗଡ଼ା ଦେଇ ସେମାନଙ୍କ ମୁଣ୍ଡ , ମୁହଁ, ହାତ , କାନ୍ଧ , ପିଠିରେ ଆଘାତ ଲାଗିଛି । ପଛରେ ଆସୁଥିବା ଅନ୍ୟ ଗାଡ଼ିରେ ସମସ୍ତ ଆହତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । 

ସମସ୍ତ ଯାତ୍ରୀ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ । ୯ ଜଣ ଆହତଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତର ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି । ସେ ହେଲେ ଛବି ଲତା ବାରିକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Accident-near-nimapada- while returning from puri | Argus News