|
logo
Live

Argus News - ରାଜଧାନୀରେ ଦୁର୍ଘଟଣା, ୨ ଗୁରୁତର

Odisha

ରାଜଧାନୀରେ ଦୁର୍ଘଟଣା, ୨ ଗୁରୁତର

Banajyotshna Ray
Browse all articles by Banajyotshna Ray
·1 year ago
ରାଜଧାନୀରେ ଦୁର୍ଘଟଣା, ୨ ଗୁରୁତର

ଅର୍ଗସ ବ୍ୟୁରୋ:  ରାଜଧାନୀରେ ଦୁର୍ଘଟଣା।  ଦ୍ରୁତଗତିରେ ଆସି ଟ୍ରାଫିକ ଫୋଷ୍ଟକୁ ଉଡାଇଲା କାର୍ । ବେପରୁଆ ଗାଡ଼ି ଚାଳନାରେ ଉଡ଼ିଲା ଟ୍ରାଫିକ ପୋଷ୍ଟ । 2 ଜଣ ଗୁରୁତର । ଭୁବନେଶ୍ବରର ଡ଼ମଣା ଛକରେ ରାତି ଅଧରେ ଘଟିଲା ବଡ଼ ଦୁର୍ଘଟଣା । ଏକ Baleno କାରରେ ଜଣେ ଯୁବକ ଓ ଜଣେ ଯୁବତୀ କେଳୁଚରଣ ପାର୍କ ଆଡୁ ଡ଼ମଣା ଛକ ଆଡେ ଆସୁଥିଲେ । ଗାଡ଼ିଟି କ୍ଷୀପ୍ର ଗତିରେ ଆସୁଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ସିଧା ଟ୍ରାଫିକ ପୋଷ୍ଟର ଧକ୍କା କରିବା ସହ ଅପରପାର୍ଶ୍ବରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା ।

ଫଳରେ ଗାଡ଼ିରେ ଥିବା ଡ୍ରାଇଭର ସମେତ ଦୁଇଜଣ ଗୁରୁତର ହୋଇଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜଧାନୀରେ ଦୁର୍ଘଟଣା, ୨ ଗୁରୁତର | Argus News