Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋରମ ଖୋଳିବା ବେଳେ ଅଘଟଣ; ମାଟି ଅତଡ଼ା ଧସି ୩ ମୃତ

Ritu Das
Browse all articles by Ritu Das
·2 years ago·1 min read
ମୋରମ ଖୋଳିବା ବେଳେ ଅଘଟଣ; ମାଟି ଅତଡ଼ା ଧସି ୩ ମୃତ

ଅର୍ଗସ ବ୍ୟୁରୋ: କୋରାପୁଟ କୋଲାବ ଡ୍ୟାମ ନିକଟସ୍ଥ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡା ଧସି ୩ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ସାନୁମତୀ  ଜାନୀ,  ଚମ୍ପା ବଡ଼ନାୟକ, ପୁର୍ଣ୍ଣି  ଜାନୀ। ସମସ୍ତଙ୍କ ଘର ବଡ଼କେରେଙ୍ଗା ପଞ୍ଚାୟତର ସଲମାନ୍ ଗୁଡା ଗ୍ରାମରେ।  

ସୂଚନା ମୁତାବକ ବେଆଇନ ଭାବେ ମାଟି ଚୋରା ଚାଲାଣ କରୁଥିବା ବେଳେ ଏହି ଅଘଟଣ ଘଟିଛି। ମାଟି ଖୋଳୁଥିବା ସମୟରେ ମାଟି ଅତଡ଼ା ଖସି ପଡ଼ିବାରୁ ତିନି ଜଣ ମହିଳା ମାଟିରେ ଚାପି ହୋଇଥିଲେ ଫଳରେ ମୃତ୍ୟୁ ଘଟିଥିଲା। ଘଟଣାର ଖବର ପାଇ କୋରାପୁଟ ସଦର ପୋଲିସ୍ ଦାୟିତ୍ୱରେ ଥିବା ଅଧିକାରୀ ପ୍ରମୋଦ କୁମାର ନାୟକ ଏବଂ ବଡ଼କେରେଙ୍ଗା ଫାଣ୍ଡି ଅଧିକାରୀ ଗଣେଶ ବେହେରାଙ୍କ ଉପସ୍ଥିତରେ  ଓଡ୍ରାଫ ଟିମ୍ ଓ ଦମକଳ ବାହିନୀଙ୍କ ସହାୟତାରେ ୩ ମହିଳା ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ହିଁ ଦୁଇ ଜଣ ମହିଳା ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ମହିଳାଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କଲାବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। 

ଘଟଣାସ୍ଥଳରେ ନବାଗତ କୋରାପୁଟ ବିଧାୟକ ରଘୁରାମ ମାଛ, କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ପହଞ୍ଚି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Accidents while digging | Argus News