Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟାଇମସ୍ ନାଓ ଜନମତ ସର୍ଭେରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ

Odisha

ଟାଇମସ୍ ନାଓ ଜନମତ ସର୍ଭେରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ

Smruti Parija
Browse all articles by Smruti Parija
·2 years ago·1 min read
ଟାଇମସ୍ ନାଓ ଜନମତ ସର୍ଭେରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଅର୍ଗସ ବ୍ୟୁରୋ: 2024ରେ ଓଡ଼ିଶାରେ ବିଜେପିକୁ 11 ଲୋକସଭା ଆସନ ସହ 44 % ଭୋଟ୍ ମିଳିପାରେ । ସେହିପରି ବିଜେଡିର ଲୋକସଭା ଆସନ 9 କୁ ଖସିବା ସହ 40.4% ଭୋଟ୍ ମିଳିବ ଏବଂ କଂଗ୍ରେସ ଗୋଟିଏ ଲୋକସଭା ଆସନ ସହ 9.6% ଭୋଟ୍ ହାରରେ ସୀମିତ ରହିବ । 

ସର୍ଭେ ଅନୁଯାୟୀ ନବୀନ ସରକାରର ପ୍ରଦର୍ଶନରେ 24 % ଭୋଟର ଖୁବ୍ ସନ୍ତୁଷ୍ଟ । 31% ଭୋଟର ସାମାନ୍ୟ ସନ୍ତୁଷ୍ଟ ଓ 43% ଭୋଟର ଅସନ୍ତୁଷ୍ଟ ଅଟନ୍ତି । ଗତ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ୧୨ଟି ଆସନରେ ଜିତିଥିବାବେଳେ ବିଜେପି ୮ଟି ଆସନ ଓ କଂଗ୍ରସ ଗୋଟିଏ ଆସନରେ ଜିତିଥିଲା । 

ରାଜ୍ୟରେ ବିଜେପି ଗତ ନିର୍ବାଚନରେ 8ଟି ଏମପି ସିଟ୍ ହାତେଇଥିବାବେଳେ ଦଳକୁ ଏଥର ଆଉ 3ଟି ସିଟ୍ ମିଳିପାରେ ବୋଲି ଟାଇମସ୍ ନାଓ ସର୍ଭେ କହୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପୁଣି ଆସନ୍ତା 10 ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ବିଶାଳ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ରାଜଧାନୀରେ ହେବାକୁ ଥିବା ଏହି ବିଶାଳ ସମାବେଶରେ ଏକାଠି ହେବେ 14 ରାଜ୍ୟର 25 ହଜାରରୁ ଅଧିକ ମହିଳା । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଟାଇମ୍ସ ନାଓର ଏହି ସର୍ଭେ ରାଜ୍ୟ ବିଜେପିକୁ ଆହୁରି ଉତ୍ସାହିତ କରିଛି । 
ସେହିପରି ସର୍ଭେରେ କୁହାଯାଇଛି ଯେ ପଶ୍ଚିମବଙ୍ଗରେ ଟିଏମସି ୨୬ଟି ଆସନରେ ବିଜୟ ହାସଲ କରିବ, ବିଜେପି ୧୫ଟି ଆସନରେ ଓ କଂଗ୍ରେସ ଓ ବାମ ମେଣ୍ଟ  ଗୋଟିଏ ଆସନରେ ବିଜୟ ଲାଭ କରିବେ । 

ବିହାରରେ ଏନଡିଏ ୩୫ଟି ଓ ଇଣ୍ଡିଆ ମେଣ୍ଟ ୫ଟି ଆସନରେ ବିଜୟ ହାସଲ କରିବାର ସମ୍ଭାବନ ରହିଛି । ଗୁଜରାଟରେ ବିଜେପି ସମସ୍ତ ୨୬ଟି ଆସନ ହାତେଇବ ଓ କଂଗ୍ରେସ ନିରାଶ ହେବାର ସମ୍ଭାବନା ରହିଛି।

ଆହୁରି ପଢନ୍ତୁ ରାଜନୀତି ଖବର...
 

Painting
Sponsored
according-to-Times Now poll-survey- report-Naveen-pattnaik popularity is decreasing | Argus News