Videos
|
Odisha

Police Custody / ମଦ ପିଇବାକୁ ମନା କରିବାରୁ ଆକ୍ରମଣ: ଢାବା କର୍ମଚାରୀ ଗୁରୁତର, ପୋଲିସ ହାତରୁ ଖସିଗଲା ଅଭିଯୁକ୍ତ

Banajyotshna Ray
Browse all articles by Banajyotshna Ray
·3 weeks ago·2 min read
ମଦ ପିଇବାକୁ ମନା କରିବାରୁ ଆକ୍ରମଣ: ଢାବା କର୍ମଚାରୀ ଗୁରୁତର, ପୋଲିସ ହାତରୁ ଖସିଗଲା ଅଭିଯୁକ୍ତ
Police Custody

Key Points

ଦିନରେ ପୋଲିସ ହାତରୁ ଖସିଗଲା ଅଭିଯୁକ୍ତ
ରାତିରେ ଢାବାକୁ ଫେରି ଘଟାଇଲା ତୁମୁଳ କାଣ୍ଡ
ମଦ ପିଇବାକୁ ମନା କରିବାରୁ ଆକ୍ରମଣ
ଆକ୍ରମଣରେ ଢାବା କର୍ମଚାରୀ ଗୁରୁତର

ଦିନରେ ପୋଲିସ ହାତରୁ ଖସିଗଲା ଅଭିଯୁକ୍ତ । ଆଉ ରାତିରେ ସେହି ଢାବାକୁ ଫେରି ଘଟାଇଲା ତୁମୁଳ କାଣ୍ଡ। ମଦ ପିଇବାକୁ ମନା କରିବାରୁ ଆରମ୍ଭ ହୋଇଥିବା ବିବାଦ ଶେଷରେ ଢାବା କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣର ରୂପ ନେଇଛି। ଘଟଣା ମୟୂରଭଂଜ ବୈଶିଙ୍ଗା ଥାନା ଅଧୀନ ଜାତୀୟ ରାଜପଥର ଗଡ଼ଦେଉଳିଆ ଛକ ଉପକଣ୍ଠ ଗୁଞ୍ଜନ ଢାବାରେ ଘଟିଛି। ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ବାଲେଶ୍ୱର ଜିଲ୍ଲା ନହରପାଟଣା ଅଞ୍ଚଳର ୪ ଜଣ ଯୁବକ ଗୁଞ୍ଜନ ଢାବାକୁ ଆସିଥିଲେ। ଢାବାରେ ମଦ ପିଇବାକୁ ସେମାନେ କର୍ମଚାରୀ ଗୋପାଲ ମଦକଙ୍କୁ ଜିଦ୍ କରିଥିଲେ। ଗୋପାଳ ମନା କରିବାରୁ ଯୁବକମାନେ ଧମକଚମକ ଦେବା ସହ ପାଟିତୁଣ୍ଡ କରି ଜୋରଜବରଦସ୍ତ ମଦ ପିଇଥିବା ଅଭିଯୋଗ ହୋଇଛି।''

ଏହି ସମୟରେ ସେହି ରାସ୍ତା ଦେଇ ବୈଶିଙ୍ଗା ଥାନାର ପୁଲିସ ପେଟ୍ରୋଲିଂ ଟିମ୍ ଯାଉଥିଲା। ଢାବାରେ ଗଣ୍ଡଗୋଳ ଦେଖି ପୁଲିସ ସେଠାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ୩ ଜଣ ଯୁବକ ଘଟଣାସ୍ଥଳରୁ ଖସିଯାଇଥିବାବେଳେ ଜଣଙ୍କୁ ପୁଲିସ କାବୁ କରି ଭ୍ୟାନରେ ବସାଇଥିଲା। ତେବେ ପର୍ଯ୍ୟାପ୍ତ ପୋଲିସ କର୍ମଚାରୀ ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ପୁଲିସ ଭ୍ୟାନରୁ ଡେଇଁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପରେ ପୁଲିସ ଢାବା ବାହାରେ ଥିବା ଅଭିଯୁକ୍ତଙ୍କ ବାଇକ୍‌କୁ ଜବତ କରି ଥାନାକୁ ନେଇଯାଇଥିଲା। କିନ୍ତୁ ଘଟଣା ଏତିକିରେ ଥମିନଥିଲା। ରାତିରେ ପୁଣି ଉକ୍ତ ଯୁବକମାନେ ମାରଣାସ୍ତ୍ର ଧରି ଗୁଞ୍ଜନ ଢାବାକୁ ଆସିଥିଲେ। ଜବତ ହୋଇଥିବା ବାଇକ୍‌ ସମ୍ପର୍କରେ ସେମାନେ ଗୋପାଲଙ୍କୁ ପଚାରିଥିଲେ। ବାଇକ୍‌ ପୁଲିସ ନେଇଯାଇଥିବା ଗୋପାଲ କହିବାରୁ ଯୁବକମାନେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ।''

ଏଥିସହ ପଢ଼ନ୍ତୁ: ଆଗକୁ ଆହୁରି ବର୍ଷା: ୧୭ ଯାଏଁ ପ୍ରବଳ ହେବ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏହାପରେ ମାରଣାସ୍ତ୍ରରେ ଗୋପାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଗୋପାଲ ଗୁରୁତର ଆହତ ହୋଇଥିଲେ। ଏହା ସହିତ ଢାବା କାଉଣ୍ଟରରେ ଥିବା ପ୍ରାୟ ୭ ହଜାର ଟଙ୍କା ନେଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି। ଗୁରୁତର ଗୋପାଲଙ୍କୁ ଢାବାର ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଘଟଣା ସମ୍ପର୍କରେ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦିନରେ ପୁଲିସ ହାତରୁ ଖସିଥିବା ଅଭିଯୁକ୍ତ ରାତିରେ ପୁଣି ଢାବାକୁ ଫେରି ଏଭଳି ଆକ୍ରମଣ କରିଥିବାରୁ ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Accused Escapes Police Custody During the Day, Returns to Dhaba at Night and Creates Chaos | Argus News | Argus News Odia