Heavy Rain Alert / ଆଗକୁ ଆହୁରି ବର୍ଷା: ୧୭ ଯାଏଁ ପ୍ରବଳ ହେବ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
·1 hour ago·2 min read

Key Points
୧୭ ଯାଏଁ ବର୍ଷା
୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ
ସ୍ୱାଭାବିକଠାରୁ ୨୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ
ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୨ ମିମି ବର୍ଷା ରେକର୍ଡ

ରାଜ୍ୟରେ ଜାରି ରହିଛି ବର୍ଷା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ବର୍ଷା ଜାରି ରହିବ। ଦକ୍ଷିଣ ଛତିଶଗଡ଼ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ଓ ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୭ ତାରିଖ ଯାଏଁ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼। ଏହି ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।''
ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୨ ମିମି ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷ ଜୁନ୍ ୧ରୁ ଏଯାବତ୍ ୧୨୫୫.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ୱାଭାବିକଠାରୁ ୨୨ ପ୍ରତିଶତ ଅଧିକ ରହିଛି। ତେବେ ଆଗକୁ ଆହୁରି ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି।''
ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ମାତ୍ର ୪୮ ଘଣ୍ଟାର ବର୍ଷା ପରେ ଜିଲ୍ଲାର ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ତଳୁଆ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେପଟେ ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ନିକଟସ୍ଥ ତଳୁଆ ପୋଲ ଉପରେ ପୁଣିଥରେ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ପୋଲ ଉପରେ ପ୍ରାୟ ୧ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେବାରୁ କିଛି ସମୟ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ମଧ୍ୟରାତ୍ରୀ ସୁଦ୍ଧା ପାଣି କମିବା ପରେ ଯୋଗାଯୋଗ ସ୍ୱାଭାବିକ ହୋଇଥିଲା । ତେବେ ପୁଣି ପାଣି ବଢ଼ିବାରୁ ପୋଟେରୁ ପୋଲ ଉପରେ ଯାତାୟାତ ପ୍ରଭାବିତ ହୋଇଛି ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ ଜିଲ୍ଲାରେ ୩୬ ଜଣିଆ ଗୋଟିଏ ଓଡ୍ରାଫ୍ ଟିମ୍ ନିୟୋଜିତ ରହିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କାଲିମେଳା ଓ ମାଥିଲି ବ୍ଲକକୁ ମଧ୍ୟ ଓଡ୍ରାଫ୍ ଟିମ୍ ପଠାଯାଇଛି । ଲଗାଣ ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ତଳୁଆ ଅଞ୍ଚଳ ଓ ବନ୍ୟାପ୍ରବଣ ପୋଲ ଦେଇ ଯାତାୟାତ ନକରିବାକୁ ସତର୍କ କରାଯାଉଛି ।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
Related Topics
Explore more stories