ନାବାଳିକା ଝିଅଙ୍କୁ ଗଣବଳାତ୍କାର ଅଭିଯୋଗ
·2 years ago

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ କଣ୍ଟାବାଞ୍ଜି ଏସଡିପିଓଙ୍କ ତଦନ୍ତ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ ଦୁଇରୁ ଅଧିକ ଲୋକ ନାବାଳିକା ଝିଅଙ୍କୁ ଘର ଭିତରୁ ଆଣି ଅନ୍ଧାର ରାତିର ସୁଯୋଗ ନେଇ ଗଣଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ମା' ଅଭିଯୋଗ କରିଛନ୍ତି।
ଦୁଷ୍କର୍ମ ହେବାରୁ ଅଚେତ ଅବସ୍ଥାରେ ପଡ଼ିଥିବାରୁ ଏକ ଆମ୍ବୁଲାନ୍ସ ଯୋଗେ ପରିବାର ଆଣି କଣ୍ଟାବାଞ୍ଜି ହସ୍ପିଟାଲରେ ଅଚେତ ଅବସ୍ଥାରେ ଭର୍ତ୍ତି କରିଥିଲେ। ଏବେ ନାବାଳିକା ଝିଅର ଚେତା ଆସିବାରୁ ପୋଲିସକୁ ବୟାନ ଦେଉଛି ପୀଡିତା ଝିଅ। କିଏ ଏହି ଗଣଦୁଷ୍କର୍ମରେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ l ସେପଟେ ପୋଲିସର ଏନେଇ ପ୍ରତିକ୍ରିୟା ମିଳିପାରିନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: