Videos
|
Odisha

ବାରମ୍ବାର ବେପରୁଆ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଉଥିବା ଅଭିଯୋଗ

Ritu Das
Browse all articles by Ritu Das
·2 years ago
ବାରମ୍ବାର ବେପରୁଆ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଉଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ନାବାଳିକା। ମହିଳାଙ୍କ ବେପାରୁଆ ଗାଡି ଚଳାଇବା ଯୋଗୁଁ ଉକ୍ତ ନାବାଳିକା ଜଣକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ଅନୁସାରେ ଭୁବନେଶ୍ୱରର ଉତ୍କଳ ହାଇଟ୍ସ ପରିସରରେ ଜଣେ ନାବାଳିକା ମେ' 27 ତାରିଖରେ ସାଇକେଲ ଚଳାଉଥିବା ବେଳେ ଜଣେ ମହିଳା ସାମ୍ନାରୁ ଆସି ତାଙ୍କୁ ଧକ୍କା ଦେଇଥିଲେ।

ସୌଭାଗ୍ୟବଶତଃ ନାବାଳିକା ଜଣକ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା ମହିଳା ବାରମ୍ବାର ଏମିତି ବେପାରୁଆ ଗାଡି ବାରମ୍ବାର ଚଳାଇବା ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ପାହାଳ ଥାନାରେ ଏଦିଗରେ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ମହିଳା ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରବ୍ଦ କରିବାକୁ ଦାବି କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Accused of repeatedly | Argus News