|
logo
Live

Argus News - ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଏଫ ଗିରଫ

Odisha

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଏଫ ଗିରଫ

Ritu Das
Browse all articles by Ritu Das
·1 year ago·1 min read
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଏଫ ଗିରଫ

ଅର୍ଗସ ବ୍ୟୁରୋ: ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ ଗିରଫ ହେଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ପରେ ମାନ୍ୟବର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଙ୍କ ନିର୍ଦ୍ଦେଶରେ କୋର୍ଟଚାଲାଣ ହେଲେ। କୁବେର ACF ଙ୍କ ନିଜ ଘର ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ସମୟରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରୁ ୨୯ ଲକ୍ଷ ରୁ ଅଧିକ ଟଙ୍କା ଜବତ ହୋଇଛି ।

ସରକାରୀ ବାସଭବନରୁ କେବଳ ୧୪ ଲକ୍ଷ ୭୧ ହଜାର ଟଙ୍କା ଜବତ କରାଯାଇଥିଲା । ମୋଟ ୩ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ବେଳେ ତାଙ୍କ ଆୟର ୧୬୪ ପ୍ରତିଶତ ସମ୍ପତ୍ତି ଜବତ କରାଯାଇଛି l କେଉଁଠୁ ଏତେ ସମ୍ପତ୍ତି ପାଇଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି । ବିଭିନ୍ନ ସାଇବର ଏକ୍ସପର୍ଟ ଟିମ୍ ସହ ମିଶି ତଦନ୍ତ କରାଯିବ ବୋଲି ସମ୍ବଲପୁର ଭିଜିଲାନ୍ସ ପି ସରୋଜ ସାମଲ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଏଫ ଗିରଫ | Argus News