Bidyabharati May Be Arrested / ACF ସୌମ୍ୟ ମାମଲା: ବନ୍ଧା ହୋଇପାରନ୍ତି ବିଦ୍ୟାଭାରତୀ
·38 mins ago·2 min read

Key Points
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
ବିଦ୍ୟାଭାରତୀଙ୍କ ପାଇଁ ବଢ଼ିଲା ଅଡୁଆ!
ବନ୍ଧା ହୋଇପାରନ୍ତି ବିଦ୍ୟାଭାରତୀ
ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ,୩୧/୧୦: ବଢିଲା ବିଦ୍ୟାଭାରତୀଙ୍କ ଅଡୁଆ । ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ପାଇଁ ବଢ଼ିଲା ଅଡୁଆ। ବନ୍ଧା ହୋଇପାରନ୍ତି ବିଦ୍ୟାଭାରତୀ। ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମାମଲାରେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି। ଏହି ମାମଲାରେ ପୂର୍ବତନ DFO ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ହୋଇଛନ୍ତି ଗିରଫ
୨୦୨୧ ମସିହା ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡି କ୍ବାର୍ଟରରେ ପୋଡି ହୋଇଗଲେ ଏସିଏଫ୍ ସୌମ୍ୟ ରଂଜନ ମହାପାତ୍ର। ତାଙ୍କୁ କଟକ ଅଣାଗଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ହେଲା। ପରିବାର ଲୋକେ ଅଭିଯୋଗ କଲେ ସଂଗ୍ରାମ କେଶରୀ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ସଂପର୍କ ଥିଲା , ସେମାନେ ମିଶି ସୌମ୍ୟଙ୍କୁ ହତ୍ୟା କରିଛନ୍ତି। ହେଲେ ତଦନ୍ତ କରି କ୍ରାଇମବ୍ରାଞ୍ଚ ଦୁର୍ଘଟଣାର ରୁପ ଦେଲା।
ପଢନ୍ତୁ ଏହି ଖବର: AI ଫଟୋ ତିଆରି ବ୍ଲାକମେଲ୍,୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ୍ !
ପରିବାର ଲୋକେ ଅଭିଯୋଗ କଲେ ସେତେବେଳର ପାୱାରଫୁଲ୍ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଚାପରେ କ୍ରାଇମବ୍ରାଞ୍ଚ ତଦନ୍ତ କ୍ଲିନ୍ ଚିଟ୍ ଦେଲା ସଂଗ୍ରାମଙ୍କୁ। କ୍ରାଇମବ୍ରାଞ୍ଚ ତଦନ୍ତ ବିରୋଧରେ କୋର୍ଟକୁ ଗଲେ ସୌମ୍ୟଙ୍କ ପରିବାର। କୋର୍ଟ ବିଦ୍ୟାଭାରତୀ, ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ବିରୋଧରେ ହତ୍ୟା ଓ ଅପରାଧିକ ଷଡଯନ୍ତ୍ର ମାମଲାରେ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଖାରଜ ପାଇଁ ହାଇକୋର୍ଟ ଆସିଥିଲେ ବିଦ୍ୟାଭାରତୀ। କୋର୍ଟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରିଥିଲେ। ଏବେ ସୌମ୍ୟଙ୍କ ପରିବାର ପାଇଁ ନ୍ୟାୟର ଆଶା ବଢିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୌମ୍ୟଙ୍କ ମୃତ୍ୟୁ ପଛରେ ବଡ଼ ଷଡଯନ୍ତ୍ର ନେଇ ସନ୍ଦେହ ବଢିଥିଲା। ସୌମ୍ୟଙ୍କୁ ପାଖ ବିଶାଖାପାଟଣା ନ ନେଇ ଏତେ ଦୂର କଟକ ଆଣିବା, ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ତାଳମେଳ ନ ରହିବା, 95 ପ୍ରତିଶତ ପୋଡି ହୋଇକି ବି ସେ ବୟାନ ଦେବା ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା।
Related Topics
Explore more stories