Videos
|
Odisha

Blackmail Case / AI ଫଟୋ ତିଆରି ବ୍ଲାକମେଲ୍,୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ୍ !

Bikash Mohanty
Browse all articles by Bikash Mohanty
·15 mins ago·2 min read
AI ଫଟୋ ତିଆରି ବ୍ଲାକମେଲ୍,୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ୍ !
Black mail

Key Points

ଏଆଇର ଅପବ୍ୟବହାର କରି ନାବାଳିକା ଛାତ୍ରୀଙ୍କୁ ବ୍ଲାକମେଲ୍।
ନାବାଳିକାଙ୍କ ଫଟୋ ଯୋଡ଼ି ସୋସିଆଲ ମିଡିଆରେ ଭାଇରାଲ !
ଧମକ ଦେଇ ୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ ଅଭିଯୋଗ
ଭୁବନେଶ୍ୱର: ଏଆଇର ଅପବ୍ୟବହାର କରି ନାବାଳିକା ଛାତ୍ରୀଙ୍କୁ ବ୍ଲାକମେଲ୍। ଅଶ୍ଳୀଳ ଫଟୋରେ ନାବାଳିକାଙ୍କ ଫଟୋ ଯୋଡ଼ି ସୋସିଆଲ ମିଡିଆରେ ଭାଇରାଲ୍ କରିବାର ଧମକ ଦେଇ ଲୁଟିନେଲେ ୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା। ଭୁବନେଶ୍ୱରରେ ଏଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଘଟଣାରେ ଅଭିଯୁକ୍ତ ମଧ୍ୟ ଜଣେ ନାବାଳକ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ୧୪ ବର୍ଷୀୟ ପୀଡ଼ିତା ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ସ୍କୁଲ ଯିବାଆସିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳକ ତାଙ୍କୁ ପିଛା କରୁଥିଲା। କୌଣସି ସୂତ୍ରରୁ ଛାତ୍ରୀଙ୍କ ମୋବାଇଲ୍ ନମ୍ବର ପାଇବା ପରେ ତାଙ୍କୁ ବିଭିନ୍ନ ମେସେଜ୍ ପଠାଉଥିଲା।

ଅଭିଯୋଗ ଅନୁସାରେ, ପରବର୍ତ୍ତୀ ସମୟରେ ଏଆଇ ଟେକ୍ନୋଲୋଜିର ବ୍ୟବହାର କରି ଛାତ୍ରୀଙ୍କ ଫଟୋକୁ ଅଶ୍ଳୀଳ ଫଟୋ ସହ ଯୋଡ଼ି ଏଡିଟ୍ କରିଥିଲା ଅଭିଯୁକ୍ତ। ଏହି ଫଟୋକୁ ସୋସିଆଲ ମିଡିଆରେ ଛାଡ଼ିଦେବାର ଧମକ ଦେଇ ଟଙ୍କା ଓ ସୁନା ଗହଣା ଦାବି କରୁଥିଲା। ଭୟରେ ନାବାଳିକା ଜଣକ ଘରୁ ଲୁଚାଇ ଲୁଚାଇ ବାରମ୍ବାର ସୁନା ଗହଣା ନେଇ ଅଭିଯୁକ୍ତକୁ ଦେଉଥିଲେ। ଏହିପରି ଭାବେ ୬ ଲକ୍ଷରୁ ଅଧିକ ଟଙ୍କାର ଗହଣା ନେଇଥିବା ଅଭିଯୋଗ ହୋଇଛି।

ପଢନ୍ତୁ ଏହି ଖବର: ଆକ୍ସନ ମୋଡରେ ଅବକାରୀ ବିଭାଗ , ନିଶା ମାଫିଆଙ୍କ ଅଣ୍ଟା ଭାଙ୍ଗିବା ପାଇଁ ଲୋଡ଼ିଲା NCBର ସହାୟତା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ  ଅଭିଯୁକ୍ତର ଦାବି କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଥିଲା। ଶେଷରେ ଅସହାୟ ହୋଇ ଛାତ୍ରୀ ଜଣକ ନିଜ ବାପାଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ପରିବାର ଲୋକେ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଆଇର ଅପବ୍ୟବହାର କରି ଜଣେ ନାବାଳିକାଙ୍କୁ ଏଭଳି ବ୍ଲାକମେଲ୍ କରିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।