Videos
|
Odisha

ACF Soumya Ranjan / ACF ସୌମ୍ୟରଞ୍ଜନ ମୃ*ତ୍ୟୁ ମାମଲା; ଗିରଫ ପରେ ଜେଲ୍ ଗଲେ ବିଦ୍ୟାଭାରତୀ ପଣ୍ଡା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ACF ସୌମ୍ୟରଞ୍ଜନ ମୃ*ତ୍ୟୁ ମାମଲା; ଗିରଫ ପରେ ଜେଲ୍ ଗଲେ ବିଦ୍ୟାଭାରତୀ ପଣ୍ଡା
Bidyabharati Sent to Jail

Key Points

ଆତ୍ମସମର୍ପଣ ପରେ ଗିରଫ ହେଲେ ବିଦ୍ୟାଭାରତୀ ପଣ୍ଡା । ବିଦ୍ୟାଭାରତୀଙ୍କୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ପାରଳାଖେମୁଣ୍ଡି SDJM କୋର୍ଟ ।
ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଆତ୍ମସମର୍ପଣ ପରେ ଗିରଫ ହେଲେ ବିଦ୍ୟାଭାରତୀ ପଣ୍ଡା । ବିଦ୍ୟାଭାରତୀଙ୍କୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ପାରଳାଖେମୁଣ୍ଡି SDJM କୋର୍ଟ ।

ସୋମବାର ବିଦ୍ୟାଭାରତୀ ତାଙ୍କ ସ୍ଵାମୀ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କରିଥିଲେ । ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ ପରେ ବିଦ୍ୟାଭାରତୀଙ୍କୁ ଗିରଫ କରାଯାଇଥିଲା ।

ପୂର୍ବରୁ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ତାହା ଅଗ୍ରାହ୍ୟ ହୋଇଥିଲା । ଯାହାପରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ଗିରଫ କରାଯାଇ ପାରଳାଖେମୁଣ୍ଡି ଉପ-କାରାଗାରକୁ ପଠାଇ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଏସିଏଫ ସୌମ୍ୟରଞ୍ଜନ ମୃ*ତ୍ୟୁ ମାମଲା…ଆତ୍ମସମର୍ପଣ କଲେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଉ କିଏ କିଏ ଗିରଫ ?

ପୂର୍ବରୁ ଏହି ମାମଲାରେ ପୂର୍ବତନ DFO ସଂଗ୍ରାମ କେଶରୀ ବେହେରାଙ୍କ ସହ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ଗିରଫ ହୋଇଥିଲେ । ଏବେ ଲମ୍ଭା ଲଢ଼େଇ ପରେ ବିଦ୍ୟାଭାରତୀ ଆଜି ଆତ୍ମସମର୍ପଣ କରିବା ସହ SDJM କୋର୍ଟରେ ଜାମିନ ଆବେଦନ କରିଥିଲେ । ତେବେ SDJM କୋର୍ଟ ଜାମିନ ଆବେଦନ ଅଗ୍ରାହ୍ୟ କରି ଦେଇଛନ୍ତି ।

ସୌମ୍ୟରଞ୍ଜନଙ୍କ ସହ କ'ଣ ଘଟିଥିଲା ?

୨୦୨୧ ଜୁଲାଇ ୧୨ ତାରିଖରେ ଏସିଏଫ ସୌମ୍ୟରଞ୍ଜନଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା । ଦୁର୍ଘଟଣାବଶତଃ ସୌମ୍ୟରଞ୍ଜନଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା । କିନ୍ତୁ ଏହି ଅଘଟଣ ଘଟୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ରକ୍ଷା କରିବା ପାଇଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଥିଲା ।

ଯାହାଫଳରେ ସୌମ୍ୟରଞ୍ଜନଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ହୋଇଯାଇଥିଲା ଏବଂ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟ । ଏସିଏଫଙ୍କ ମୃତ୍ୟୁ ପରେ ତାଙ୍କ ବାପା ଡିଏଫଓ ସଂଗ୍ରାମ କେଶରୀ ବେହେରା, ବୋହୂ ବିଦ୍ୟାଭାରତୀ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ ।

କେମିତି ହୋଇଥିଲା ଏସିଏଫଙ୍କ ମୃତ୍ୟୁ ?

ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଉପସ୍ଥିତ ଥିଲେ ଏସିଏଫ୍ ସୌମ୍ୟରଞ୍ଜନ । ଘରେ ସୌମ୍ୟଙ୍କ ସହ ଥିଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ଅଚାନକ ରାତିରେ ଜଳି ଯାଇଥିଲେ ଏସିଏଫ୍ ସୌମ୍ୟ । ପାରଳାଖେମୁଣ୍ଡି ହସ୍ପିଟାଲରୁ ସୌମ୍ୟଙ୍କୁ ଅଣାଗଲା କଟକ, ସେଠାରେ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଅଭିଯୋଗ କଲେ, ସୌମ୍ୟଙ୍କୁ ମର୍ଡର କରାଯାଇଛି । ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କର ସମ୍ପର୍କ ଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ସନ୍ଦେହ ଘେରରୁ ଆସିଥିଲେ ବିଦ୍ୟାଭାରତୀ ଓ DFO ସଂଗ୍ରାମ କେଶରୀ । ହେଲେ କ୍ରାଇମବ୍ରାଞ୍ଚ କ୍ଲିନଚିଟ୍ ଦେଇ ଘଟଣାକୁ ଦୁର୍ଘଟଣା କହିଲା । କୋର୍ଟରେ ପିଟିସନ ଫାଇଲ କଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । କୋର୍ଟ ଆବେଦନ ଗ୍ରହଣ କରି ବିଦ୍ୟାଭାରତୀ, ସଂଗ୍ରାମ କେଶରୀ ଓ ରୋଷେୟା ବିରୋଧରେ ହତ୍ୟା ଦଫା ଲଗାଇଲେ । ମାମଲା କୋର୍ଟରେ ବିଚାରଧୀନ ଥିଲା । କିଛି ଦିନ ତଳେ ସଂଗ୍ରାମ କେଶରୀ ସରେଣ୍ଡର ପରେ ଗିରଫ ହୋଇଛନ୍ତି ।