Former DFO Bail Reject / ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରାଙ୍କ ଜାମିନ ଆବେଦନ ଖାରଜ
·1 month ago·2 min read

Key Points
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
ସଂଗ୍ରାମଙ୍କ ଜାମିନ ଆବେଦନ ଖାରଜ
ଖାରଜ କଲେ ପାରଳାଖେମୁଣ୍ଡି SDJM କୋର୍ଟ
ସଂଗ୍ରାମଙ୍କ ଜାମିନ ଆବେଦନ ଖାରଜ
ଖାରଜ କଲେ ପାରଳାଖେମୁଣ୍ଡି SDJM କୋର୍ଟ
ପାରଳାଖେମୁଣ୍ଡି,୨୭/୦୭: ପାରଳାଖେମୁଣ୍ଡି,୨୭/୦୭: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କରିଥିବା ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ପାରଳାଖେମୁଣ୍ଡି SDJM କୋର୍ଟ ସଗ୍ରାମଙ୍କ ଜାାମିନ ଆବେଦନ ଖାରଜ କରିଛନ୍ତି। ଅଦାଲତଙ୍କ ପକ୍ଷରୁ ଜାରି ହୋଇଥିବା ଗିରଫ ପରୱାନା ପରେ ସଂଗ୍ରାମ ବେହେରା ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।
ସେପଟେ ଏହି ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର। ପ୍ରଭୁ ଜଗନ୍ନାଥ ,କୋର୍ଟ ଏବଂ ଏବେର ସରକାରଙ୍କ ଉପରେ ଭରଷା ଅଛି ନ୍ୟାୟ ନିଶ୍ଚିତ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି।
ଗତବର୍ଷ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଲାଗିଥିଲା ଅଦାଲତ ଝଟକା। ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ କାୟମ ରଖିଥିଲେ ଓଡ଼ିଶା ହାଇକୋର୍ଟ। ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୁଦ୍ଧରେ ହତ୍ୟା ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ। ସେହିପରି ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୁଦ୍ଧରେ ହତ୍ୟା ମାମଲା ଚାଲିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ। ଏହି ସମ୍ପର୍କିତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଏପରି ନିର୍ଦେଶ ଦେଇଥିଲେ ହାଇକୋର୍ଟ।
କେବେ ଘଟିଥିଲା ଓ କ'ଣ ଥିଲା ଘଟଣା?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୧ ଜୁଲାଇ ୧୨ ତାରିଖରେ ଏସିଏଫ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା। ରାତ୍ରି ସମୟରେ କିଛି କାଗଜପତ୍ର ପୋଡିବା ବେଳେ ସୌମ୍ୟରଞ୍ଜନଙ୍କ ଦୁର୍ଘଟଣାବଶତଃ ଶରୀରରେ ନିଆଁ ଲାଗି ଯାଇଥିଲା। କିନ୍ତୁ ଏହି ଅଘଟଣ ଘଟୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ରକ୍ଷା କରିବା ପାଇଁ କୌଣସି ପଦକ୍ଷେପ ନେଇନଥିଲେ। ଯାହାଫଳରେ ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ହୋଇଯାଇଥିଲା ଏବଂ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟ।
ପଢନ୍ତୁ ଏହି ଖବର: ଜୀବନ ବୀମା ଟଙ୍କା ପାଇଁ ସ୍ତ୍ରୀ-ଝିଅର ଷଡ଼ଯନ୍ତ୍ର; ଛାତି ଥରାଇଦେବ ଏହି ହତ୍ୟା କାହାଣୀ
ଏସିଏଫଙ୍କ ମୃତ୍ୟୁ ପରେ ତାଙ୍କ ବାପା ଡିଏଫଓ ସଂଗ୍ରାମ କେଶରୀ ବେହେରା, ବୋହୂ ବିଦ୍ୟାଭାରତୀ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଥିଲେ। ହେଲେ ଅଭିଯୋଗ ନେଇ ଡିଏଫଓ ଓ ରୋଷେୟାଙ୍କ ବିରୁଦ୍ଧରେ କୌଣସି ଠୋସ୍ ପ୍ରମାଣ ନ ମିଳିପାରିବାରୁ ସେମାନଙ୍କୁ କ୍ଲିନଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ। ତଦନ୍ତ ବେଳେ ପ୍ରାୟ 80 ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବା ସହ ଅଭିଯୁକ୍ତମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଏସପି କହିଥିଲେ।
ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବାବେଳେ ପତ୍ନୀ ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା ନ କରିଥିବା ନେଇ ତାଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ ୩୦୦ ପୃଷ୍ଠାର ଏକ ଚାର୍ଜସିଟ୍ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରିଥିଲା। ଏଥିସହ ଏତଲାରେ ଅନ୍ୟ ଦୁଇ ଜଣଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ବାବଦରେ କୌଣସି ପ୍ରମାଣ ନଥିବା ସ୍ପଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ।

Related Topics
Explore more stories