Videos
|
Odisha

Tiger Terror / ଏଠାରେ ବାଘ ଆତଙ୍କ, ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କଲା ବନ ବିଭାଗ

Bikash Mohanty
Browse all articles by Bikash Mohanty
·55 mins ago·2 min read
ଏଠାରେ ବାଘ ଆତଙ୍କ, ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କଲା ବନ ବିଭାଗ
Tiger

Key Points

ବୁର୍ଲା ଅଞ୍ଚଳରେ ବାଘ ଆତଙ୍କ
ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ କଲା ବନ ବିଭାଗ
ଡେବ୍ରୀଗଡ଼ ଅଭୟାରଣ୍ୟରୁ ବାଘ ଆସିଥିବା ଅନୁମାନ
ସନ୍ଧ୍ୟାରେ ଘରୁ ନ ବାହାରିବାକୁ ପରାମର୍ଶ
ହୀରାକୁଦ ଜିରୋ ପଏଣ୍ଟ ରାସ୍ତାରେ ପିକନିକ୍ ପାଇଁ ସତର୍କ ସୂଚନା
ସମ୍ବଲପୁର: ବୁର୍ଲା ଅଞ୍ଚଳରେ ବାଘ ଆତଙ୍କ! ଜଙ୍ଗଲ ଛାଡ଼ି ଜନବସତି ମୁହାଁ ବାଘ ଆସିଥିବା ସନ୍ଦେହକୁ ନେଇ ଏବେ ଆତଙ୍କିତ ସ୍ଥାନୀୟ ଲୋକେ। ବାଘର ପାଦଚିହ୍ନ ଠାବ ହେବା ପରେ ଆଲର୍ଟ ମୋଡ୍‌କୁ ଆସିଛି ବନ ବିଭାଗ। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ କରାଯାଉଛି।

ସୂଚନା ଅନୁସାରେ, ବୁର୍ଲା ସହର, ଅତାବିରା ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପଛପଟେ ଥିବା ଚାନ୍ଦଲି ଡୁଙ୍ଗୁରୀ ଅଞ୍ଚଳରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ଏହାପରେ ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ। ଡେବ୍ରୀଗଡ଼ ଅଭୟାରଣ୍ୟରୁ ବାଘଟି ଏହି ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ତେବେ ବାଘର ଉପସ୍ଥିତି ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ଅନ୍ୟପଟେ, ବାଘ ଭୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ମାଇକ୍‌ ଯୋଗେ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ସନ୍ଧ୍ୟା ପରେ ଘରୁ ବାହାରକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏକୁଟିଆ ବାହାରକୁ ନଯିବା ସହ ଜଙ୍ଗଲିଆ ଅଞ୍ଚଳ ଏବଂ ନିଛାଟିଆ ରାସ୍ତାଠାରୁ ଦୂରେଇ ରହିବାକୁ ମଧ୍ୟ ସତର୍କ କରାଯାଉଛି।

ପଢନ୍ତୁ ଏହି ଖବର: ଏହି ଅଭୟାରଣ୍ୟରେ ଦେଖାଗଲା ମହାବଳ, ପାଟ୍ରୋଲିଂ ବେଳେ ବାଘ ଦେଖିଥିବା ସୂଚନା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ହୀରାକୁଦ ଡ୍ୟାମ୍‌ରୁ ଜିରୋ ପଏଣ୍ଟ ରାସ୍ତା ଦେଇ ପିକନିକ୍‌ ଯିବାକୁ ବାରଣ କରାଯାଇଛି। ପରବର୍ତ୍ତୀ ସୂଚନା ନମିଳିବା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାତାୟାତ ଓ ପିକନିକ୍‌ କରିବାରୁ ନିବୃତ୍ତ ରହିବାକୁ ସତର୍କ କରାଯାଇଛି।

ଏବେ ବଡ଼ ପ୍ରଶ୍ନ, ବାଘଟି କେଉଁଠି ଲୁଚି ରହିଛି? ଜନବସତି ଭିତରକୁ ପଶିବା ପୂର୍ବରୁ ତାକୁ ଠାବ କରିପାରିବ କି ବନ ବିଭାଗ? ବାଘର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷାକୁ ନେଇ ବନ ବିଭାଗର ତତ୍ପରତା ଜାରି ରହିଛି।