Videos
|
Odisha

Bidyabharati possible arrest / ACF ସୌମ୍ୟରଞ୍ଜନ ମାମଲା, ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି ବିଦ୍ୟାଭାରତୀ

Bikash Mohanty
Browse all articles by Bikash Mohanty
·1 hour ago·2 min read
ACF ସୌମ୍ୟରଞ୍ଜନ  ମାମଲା, ଯେ କୌଣସି ସମୟରେ  ଗିରଫ ହୋଇପାରନ୍ତି ବିଦ୍ୟାଭାରତୀ
BIDYA Bharti

Key Points

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
ବଢିଲା ପତ୍ନୀ ବିଦ୍ୟାଭାରତୀଙ୍କ ଅଡୁଆ
ବିଦ୍ୟାଭାରତୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେନାହିଁ ହାଇକୋର୍ଟ
ଯେ କୌଣସି ସମୟରେ ହୋଇପାରନ୍ତି ଗିରଫ
କଟକ,୨୩/୧୦: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଢିଲା ପତ୍ନୀ ବିଦ୍ୟାଭାରତୀଙ୍କ ଅଡୁଆ। ବିଦ୍ୟାଭାରତୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେନାହିଁ ହାଇକୋର୍ଟ। ଆଗୁଆ ଜାମିନ ଆବେଦନର ହୋଇଥିଲା ଶୁଣାଣି। ଅନ୍ତରୀଣ ସୁରକ୍ଷା ନଥିବାରୁ କୌଣସି ସମୟରେ ବି ଗିରଫ ହୋଇପାରନ୍ତି ବିଦ୍ୟାଭାରତୀ । ପୋଲିସ ବିଦ୍ୟାଭାରତୀଙ୍କୁ କେବେ ଗିରଫ କରିବ ତାକୁ ନେଇ ପ୍ରଶ୍ନ। ପୂର୍ବରୁ ସୁପ୍ରିମକୋର୍ଟ ବିଦ୍ୟାଭାରତୀଙ୍କ ଲିଭ୍ ପିଟିସନକୁ ଖାରଜ କରିଥିଲେ। ଅକ୍ଟୋବର ୩୧ ସୁଦ୍ଧା ବିଦ୍ୟାଭାରତୀଙ୍କୁ ସରେଣ୍ଡର କରିବାକୁ ରହିଛି ନିର୍ଦ୍ଦେଶ।

କାହିଁକି ସନ୍ଦେହରେ ବିଦ୍ୟାଭାରତୀ ?

ସୌମ୍ୟଙ୍କ ପରିବାରର ଅଭିଯୋଗ ଅନୁସାରେ, ବିଦ୍ୟାଭାରତୀଙ୍କର ସଂଗ୍ରାମ କେଶରୀଙ୍କ ସହ ସମ୍ପର୍କ ଥିଲା ଏବଂ ଏହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିଲା। ଏହି ଅଭିଯୋଗକୁ ନେଇ ଘଟଣାଟି ଆହୁରି ଜଟିଳ ହୋଇଥିଲା। ସୌମ୍ୟଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ିଯାଇଥିବା ନେଇ ଖବର ଆସିଥିଲା। ଏପରି ସ୍ଥିତିରେ ସେ କିପରି ଡାଇଂ ଡିକ୍ଲାରେସନ୍ ଦେଲେ, ଘଟଣାସ୍ଥଳରେ କେଉଁ ପ୍ରମାଣ ମିଳିଥିଲା ଏବଂ ତାଙ୍କୁ ପାରଳାଖେମୁଣ୍ଡିରୁ କଟକ କାହିଁକି ନିଆଗଲା, ଏଭଳି ଅନେକ ପ୍ରଶ୍ନ ସୌମ୍ୟଙ୍କ ପରିବାର ଉଠାଇଥିଲେ।

ପଢନ୍ତୁ ଏହି ଖବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା, ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠି ଗିରଫ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଦ୍ୟାଭାରତୀଙ୍କ ବୟାନ

ବିଦ୍ୟାଭାରତୀଙ୍କ ବୟାନ ଅନୁସାରେ, ରାତି ପ୍ରାୟ ୯ଟା ୩୦ରେ ସେ ଖାଇବା ବାଢ଼ିବା ପାଇଁ ବେଡ୍‌ରୁମ୍‌ରୁ ରୋଷେଇ ଘରକୁ ଆସିଥିଲେ। ସେତେବେଳେ ସୌମ୍ୟଙ୍କ ଟି-ସାର୍ଟର ଅଣ୍ଟା ପାଖରୁ ନିଆଁ ଉପରକୁ ଉଠୁଥିବା ସେ ଦେଖିଥିଲେ ବୋଲି କହିଥିଲେ। ସେ ସୌମ୍ୟଙ୍କ ଟି-ସାର୍ଟ କାଢ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁର ତାପ ଯୋଗୁଁ ସେ ଏଥିରେ ସଫଳ ହୋଇନଥିଲେ। ପରେ ସୌମ୍ୟଙ୍କୁ ଟ୍ୟାପ୍ ତଳେ ବସିବାକୁ କହିଥିଲେ। ପାଣି ଆଣିବା ପାଇଁ ବାଥରୁମ୍‌କୁ ଯାଇଥିବା ସମୟରେ ସେ ପଡ଼ିଯାଇଥିବା ମଧ୍ୟ ବୟାନରେ ଉଲ୍ଲେଖ କରିଥିଲେ। ତାଙ୍କ ଚିତ୍କାର ଶୁଣି ରୋଷେୟା ଓ ଅନ୍ୟମାନେ ଘଟଣାସ୍ଥଳକୁ ଆସିଥିଲେ। ପରେ ସୌମ୍ୟଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ହସ୍ପିଟାଲ୍ ନିଆଯାଇଥିଲା।

ପରିବାର ଆଣିଥିଲେ ହତ୍ୟା ଅଭିଯୋଗ 

ଘଟଣା ପରେ ସୌମ୍ୟଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଥିଲେ। ମାମଲାର ତଦନ୍ତ କରିଥିବା କ୍ରାଇମବ୍ରାଞ୍ଚ ଘଟଣାକୁ ଦୁର୍ଘଟଣା ବୋଲି ଦର୍ଶାଇଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ଏଥିରେ ସନ୍ତୁଷ୍ଟ ନହୋଇ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆବେଦନ ଗ୍ରହଣ କରି ବିଦ୍ୟାଭାରତୀ, ସଂଗ୍ରାମ କେଶରୀ ଓ ରୋଷେୟା ବିରୋଧରେ ହତ୍ୟା ଦଫା ଲଗାଇଲେ
କିଛି ଦିନ ତଳେ ସଂଗ୍ରାମ କେଶରୀ ସରେଣ୍ଡର ପରେ ଗିରଫ ହୋଇଛନ୍ତି