କୃଷ୍ଣପ୍ରସାଦ; ଜମିବାଡ଼ି ବିବାଦରୁ ବାପା ପୁଅଙ୍କୁ ଏସିଡ ମାଡ଼
·2 years ago

ପୁରୀ: କୃଷ୍ଣପ୍ରସାଦରେ ଏସିଡ ମାଡ଼ । ଜମିବାଡ଼ି ବିବାଦରୁ ବାପା ପୁଅଙ୍କୁ ଏସିଡି ମାଡ଼ ହୋଇଥିବା ସୂଚନା ରହିଛି । ଏସିଡ ମାଡ଼ରେ ଗୋମୁଣ୍ଡିଆ ପଞ୍ଚାୟତର ଉଆସପଦର ଗ୍ରାମର ବାପ ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାପ ପୁଅଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ବିଲରେ କାମ କରୁଥିବାବେଳେ ଜୈନିକ ବ୍ୟକ୍ତି ଏସିଡି ମାଡ଼ କରିଥିବା ସୂଚନା ରହିଛି । ସେପଟେ ଏନେଇ କୃଷ୍ଣପ୍ରସାଦ ଥାନାରେ ଆହତ ପରିବାର ଲୋକେ ଏତଲା ଦେଇଛନ୍ତି । ଆହତ ବାପା ପୁଅ ହେଲେ ଅଧିକାରୀ ତରାଇ, ରାଜେନ୍ଦ୍ର ତରାଇ ।
ଆହୁରି ପଢନ୍ତୁ ଅପରାଧ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: