Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାଣି ଅଭାବ ଯୋଗୁଁ ଏକର ଏକର ଫସଲ ନଷ୍ଟ

Odisha

ପାଣି ଅଭାବ ଯୋଗୁଁ ଏକର ଏକର ଫସଲ ନଷ୍ଟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାଣି ଅଭାବ ଯୋଗୁଁ ଏକର ଏକର ଫସଲ ନଷ୍ଟ

ଅର୍ଗସ ବ୍ୟୁରୋ:  ଅଣ ଜଳସେଚିତ ଅଞ୍ଚଳରେ ଚାଷ ଏବଂ ଚାଷୀର ଉନ୍ନତି ପାଇଁ ରାଜ୍ୟରେ ପ୍ରଣୟନ ହୋଇଛି ଉଠା ଜଳସେଚନ ଯୋଜନା । ହେଲେ ବିଭାଗୀୟ ଉଦାସୀନତା ଯୋଗୁଁ ଏହି ଯୋଜନା ବାଟବଣା ହେଉଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦୁର୍ଗମ ଅଞ୍ଚଳରେ। ଆଶା ଥିଲା ଉଠା ଜଳସେଚନ ହେବା ପରେ ଚାଷୀଙ୍କ ଜଳ ସମସ୍ୟା ଦୂର ହେବ। କିନ୍ତୁ ନିରାଶା ହେବାକୁ ପଡିଲା। ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ ଭାରଣ୍ଡୀପାରl ଗାଁରେ ପାଖାପାଖି 10ଜଣ ଚାଷୀଙ୍କ ଜମିରେ କରାଯାଇଥିବା ଧାନ ଚାଷ ଏବେ ପାଣି ନଥିବା ହେତୁ ନଷ୍ଟ ହୋଇଯାଉଛି। ନବରଙ୍ଗପୁର ଝରିଗାଁରେ ପାଣି ଅଭାବରୁ ଲକ୍ଷାଧିକ ଟଙ୍କା କ୍ଷତି ସହିବେ ଚାଷୀ। ଚାଷୀଙ୍କୁ ଆଶା ଦେଖାଇ ଧୋକା ଦେଇଥିବା କହିଛନ୍ତି ସ୍ଥାନୀୟ ଚାଷୀ।

ନବରଙ୍ଗପୁର ଜିଲ୍ଲାରେ ଜମିକୁ ଉଠା ଜଳ ସେଚନରେ ଜଳ ସଂଯୋଗ ପାଇଁ ଦୁଇଟି ଗ୍ରୁପରେ ଅନ ଲାଇନରେ ହୋଇଥିଲା ଫର୍ମଫିଲପ। ସେ ମଧ୍ୟରୁ ଭାରଣ୍ଡିପରାର ପlଞ୍ଚ ଜଣ ଚାଷୀଙ୍କ ଜମିରେ ବୋରୱେଲ ଖୋଳା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରୁ ଜଣଙ୍କର ରିଜେକ୍ଟ ହୋଇ ଥିବା ବେଳେ ଅନ୍ୟଚାରି ଜଣଙ୍କ ଖୋଲା ଯାଇ ନ ଥିବା କହିଛନ୍ତି ଚାଷୀ । ସେହିପରି ଭରଣ୍ଡୀପରାର ଅନ୍ୟ ଏକ ଚାଷୀ ଗ୍ରୁପର ଚାରିଜଣ ୨୦୨୦ ମସିହାରେ ଡିପ ବୋରୱେଲ ପାଇଁ ଆବେଦନ କରିଥିଲେ । ମାତ୍ର ଆଜି ମଧ୍ୟ ବୋରୱେଲ ଖୋଳା ଯାଇନି।

2020ବର୍ଷରେ ବୋରୱେଲ ପାଇ ଉପକୃତ ହେଉଥିବା ଚାଷୀ ମାନେ ମଧ୍ୟ ନିଜ ଜମିରେ ପାଣି ନ ପାଇ ଫସଲ ପୋଡି ଯାଉ ଥିବାକୁ ନେଇ ଅଭିଯୋଗ କରୁଛନ୍ତି l ଜମିରେ ଖୁଣ୍ଟ ପୋତି ତାର ମଧ୍ୟ ଟାଣିଦିଆଯାଇଛି, ଟ୍ରାନ୍ସଫର୍ମେର ଵି ଲଗାଯାଇଛି କିନ୍ତୁ ଆଜି ଯାଏଁ ବିଦ୍ୟୁତ ସଂଯୋଗ ହୋଇ ନାହିଁ।  ଏପଟେ ଚାଷୀ ମାନେ ଧାନ ଫସଲ କରିଥିବା ବେଳେ ଅଣବୃଷ୍ଟି ପାଲଟିଛି ଚିନ୍ତାର କାରଣ। ସରକାରଙ୍କ ଉଠା ଜଳ ସେଚନ ବିଭାଜନ ଦ୍ଵାରା ଗଭୀର ନଳକୂପ ଯୋଜନାରେ ଉପକୃତ ହେବା ପାଇଁ ଅଶାରଖିଥିବା ଚାଷୀ ଆବେଦନ କରିବାର ବର୍ଷ ବର୍ଷ ପରେ ମଧ୍ୟ ଗଭୀର ନଳକୂପ ଖୋଳା ହେଇ ପାରୁନି। ଏପେଟେ ଯେଉଁମାନଙ୍କୁ ଯୋଜନାରେ ସାମିଲ କରାଯାଇଛି ସେମାମନେ ମଧ୍ୟ ପାଣି ପାଇବାରୁ ବଞ୍ଚିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
Acres of crops are lost due to lack of water | Argus News