Videos
|
Odisha

ନିଆଁ ଲାଗି ପୋଡ଼ିଗଲା ଏକର ଏକର ଜଙ୍ଗଲ

Ritu Das
Browse all articles by Ritu Das
·2 years ago
ନିଆଁ ଲାଗି ପୋଡ଼ିଗଲା ଏକର ଏକର ଜଙ୍ଗଲ

ଅର୍ଗସ ବ୍ୟୁରୋ: ନିଆଁ ଲାଗି ପୋଡିଗଲା ଏକର ଏକର ଜଙ୍ଗଲ। ସଂରକ୍ଷିତ ଜଙ୍ଗଲରେ ଥିବା ଶହଶହ ଗଛ ପୋଡି ପାଉଁଶ। ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଛଣଗିରି ଗ୍ରାମପଞ୍ଚାୟତ ଓଳସିଂହ ଜଙ୍ଗଲରେ ଲାଗିଛି ନିଆଁ। 

ନିଆଁଲାଗି ଏକର ଏକର ଜଙ୍ଗଲରେ ଥିବା ଶହ ଶହ ଗଛ ପୋଡି ଯାଇଛି। ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଛି। କୌଣସି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେବାରୁ ଜଙ୍ଗଲ ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି।

ସ୍ଥାନୀୟ ଗ୍ରାମବାସୀମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଖବର ପାଇ ଖୋର୍ଦ୍ଧା ଓ ଟାଙ୍ଗି ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି ହେଲେ ନିଆଁକୁ ଆୟତ୍ତ କରା ଯାଇ ନ ଥିବାରୁ ଜଙ୍ଗଲରେ ଥିବା ସମସ୍ତ ମୂଲ୍ୟବାନ ଗଛ ପୋଡି ନଷ୍ଟ ହେବାର ସମ୍ଭାବନା ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Acres of forest | Argus News