Videos
|
Odisha

ସାବାଡ଼ ହେବେ ଠକୁଥିବା ରାଜସ୍ୱ ଅଧିକାରୀ, କାମରେ ଅବହେଳା କରୁଥିଲେ ହେବ ଆକ୍ସନ

Banajyotshna Ray
Browse all articles by Banajyotshna Ray
·1 year ago
ସାବାଡ଼ ହେବେ ଠକୁଥିବା ରାଜସ୍ୱ ଅଧିକାରୀ, କାମରେ ଅବହେଳା କରୁଥିଲେ ହେବ ଆକ୍ସନ

ଅର୍ଗସ ବ୍ୟୁରୋ:  ସାବାଡ଼ ହେବେ ଠକୁଥିବା ରାଜସ୍ବ ଅଧିକାରୀ । କାମରେ ଅବହେଳା କରୁଥିଲେ ହେବ ଆକ୍ସନ । RI, ARI ଓ ଅମିନଙ୍କ କାମ ଉପରେ ନଜର ରଖିବାକୁ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଲା ରାଜସ୍ୱ ବିଭାଗ । ଲୋକଙ୍କୁ ସେବା ଦେବା ବଦଳରେ RI, ARI ଓ ଅମିନ ମାନେ କାମରେ ଠକୁ ଥିବା ନେଇ ସରକାରଙ୍କ ପାଖକୁ ଅନେକ ଅଭିଯୋଗ ଆସୁଛି । ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ନିୟୋଜିତ ଅଛନ୍ତି ଅନେକ ଅଧିକାରୀ। ଏପରିକି କିଛି ଅଫିସର ନିଜ ତହସିଲରେ ନିଯୁକ୍ତି ପାଇଥିବାରୁ ନିରପେକ୍ଷ ସେବା ଦେଉନାହାନ୍ତି ବୋଲି ମଧ୍ୟ ନଜିର ରହିଛି । ତେଣୁ ଅଧିକାରୀ ମାନେ ଗୋଟିଏ ସ୍ଥାନରେ 3 ବର୍ଷରୁ ଅଧିକ ସମୟ ଧରି ନିଯୁକ୍ତ ଅଛନ୍ତି, ସେ ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ବ ବିଭାଗ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
action for will be the cheating revenue officer, neglecting the work will be the action | Argus News