Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍

Odisha

ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍

Manini Pattanayak
Browse all articles by Manini Pattanayak
·1 year ago·2 min read
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍

କଳାହାଣ୍ଡି:  ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ୍ ନର୍ସରୀ ଫରେଷ୍ଟର୍ ସଞ୍ଜୟ ନାୟକ । ଏହି ମାମଲାର ଅଭିଯୁକ୍ତ ଡିଏଫଓ ଦେବେନ୍ଦ୍ର ବେହେରା ନିଲମ୍ବିତ ହୋଇଛି। ତେବେ ଦେବେନ୍ଦ୍ରଙ୍କୁ  ଗିରଫ ପାଇଁ ଦାବି କରିଛନ୍ତି ମୃତ ଫରେଷ୍ଟରଙ୍କ ପରିବାର। ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଦୋଷୀକୁ ଛଡ଼ାଯିବନାହିଁ। ପୁଣି ଅଫିସରଙ୍କୁ କଡ଼ା ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି, ତଳ କର୍ମଚାରୀଙ୍କ ଉପରେ ଚାପ ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ।  ଜାରିଂ ନର୍ସରୀରେ ଚାରା ଦୁର୍ନୀତି ଓ ପିସି କାରବାର ନେଇ ସଞ୍ଜୟଙ୍କୁ ବାରମ୍ବାର ପିସି ମାଗିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ ଡିଏଫଓ । ଯାହାର ଏକ ହାତ ଲେଖା ସୁଇସାଇଡ଼୍ ନୋଟ୍ ଛାଡି ଯାଇଥିଲେ ସଞ୍ଜୟ । ଭବାନୀପାଟଣା ସ୍ଥିତ ସରକାରୀ ବାସଭବନରେ ଛାନଭିନ୍ ପରେ ଆକ୍ସନ୍ ନେଇଛି ବିଭାଗ । ସେପଟେ ଘଟଣାରେ ପ୍ରତିକ୍ରିୟା ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ମାମଲା ଏବେ ବିଚାରାଧୀନ । ବିଭାଗ ତଦନ୍ତ କରୁଛି । ଦୋଷୀ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।. ୟେ ଘଟଣା ଜ୍ବଳନ୍ତ ଉଦାହରଣ ହେବ । ଯେଉଁମାନେ ଏହିଭଳି ଅସାମାଜିକ କାମ କିମ୍ବା ଦୁର୍ନୀତିରେ ଲିପ୍ତ ରହି ତଳ କର୍ମଚାରୀଙ୍କୁ ଚାପ ପକାଉଛନ୍ତି ।. ତାଙ୍କ ଉପରେ ଭବିଷ୍ୟତରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ ।


 ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତ୍ୟୁକୁ ୧୯ ଦିନ ପୁରିଥିବାବେଳେ ନ୍ୟାୟ ଅପେକ୍ଷାରେ ପରିବାର । ମା, ବାପା ଏବଂ ବଡ଼ ଭାଇଙ୍କ ଆଖିରୁ ଶୁଖୁନି ଲୁହ । ସଞ୍ଜୟଙ୍କ ପତ୍ନୀ ଦୁଇ ଛୁଆଙ୍କୁ ଧରି ବାପଘରକୁ ପଳାଇ ଥିବାବେଳେ 60 ବର୍ଷୀୟ ରୋଗୀଣା ବୁଢା ବାପା ହୋଟେଲରେ କାମ କରି ପରିବାର ଚଳାଉଛନ୍ତି । ସଞ୍ଜୟଙ୍କ ସୁଇସାଇଡ଼ ନୋଟ୍ ଯାଞ୍ଚ ଏବଂ କ୍ରସ୍ ମ୍ୟାଚିଂ କରିବାକୁ ଦାବି କରିଛନ୍ତି । କେବଳ ନିଲମ୍ବନ ନୁହେଁ ଡିଏଫଓଙ୍କୁ ଗିରଫ କଲେ ହିଁ ସଞ୍ଜୟଙ୍କ ଆତ୍ମା ଶାନ୍ତି ପାଇବ କହିଛନ୍ତି ପରିବାର ଲୋକେ ।  ବିଜେଡି ଶାସନରେ ସୁପର ପାୱାର ପାଇଥିବା ଡିଏଫଓ ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାଗିଥିଲେ ପିସି । ପିସି ନଦେଲେ ବଦଳି ସହ ସସପେଣ୍ଡ କରିବା ନେଇ ଦେଉଥିଲେ ଧମକ । ସଞ୍ଜୟ ପ୍ରାୟ ୧୦ ଲକ୍ଷ ଟଙ୍କା ପିସି ଦେବା ସହ ରାୟଗଡ଼ା ଡିଏଫଓଙ୍କ ଘରେ ଏସି ଓ ବୋରୱେଲ ଖୋଳାଇ ଥିଲେ । ଏପରିକି ମନ୍ଦିର ବାବଦକୁ ୪୦ ହଜାର ଟଙ୍କା ଚାନ୍ଦା ମଧ୍ୟ ଦେଇଥିଲେ । ଏଭଳି ସାଘାଂତିକ ଅଭିଯୋଗ ଥିବା ଡିଏଫଓ କେବେ ଗିରଫ ହେବେ ତାହାକୁ ନେଇ ଉଠିଛି ପ୍ରଶ୍ନ   ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Action in Bhabanipatna forester Sanjay Naik suicide case | Argus News