Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡେରାବିଶ ସିଡିପିଓ ବ୍ଲକ୍ ଅଫିସରୁ ବିଦା 

Smruti Parija
Browse all articles by Smruti Parija
·1 year ago·1 min read
ଡେରାବିଶ ସିଡିପିଓ ବ୍ଲକ୍ ଅଫିସରୁ ବିଦା 

ଭୁବନେଶ୍ୱର: ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କ ଅବହେଳା ପାଇଁ ବ୍ଲକ ଅଫିସରୁ ଅପସାରଣ କରାଯାଇଛି । ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହେବା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିଡିପିଓ ସ୍ନେହଲତା ସାହୁଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଯାଇଛି ।  ଘଟଣାର ନିରପେକ୍ଷ ତଦନ୍ତ ହୋଇ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିରପେକ୍ଷ ଏବଂ ତ୍ୱରିତ ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି CDPO କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ଏହି ତଦନ୍ତ କମିଟିରେ ଛତା ମେଡିକାଲ ଅଫିସର ଚିତ୍ତ ରଞ୍ଜନ ବେହେରା ଓ ଡେରାବିଶ ତହସିଲଦାର ପ୍ରଜ୍ଞା ପରମିତା ପୃଷ୍ଟି ମଧ୍ୟ ସାମିଲ ହୋଇଛନ୍ତି l ଗତକାଲି CDPO କାର୍ଯ୍ୟାଳୟର କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର CDPO ସ୍ନେହଲତା ସାହୁଙ୍କ ବିରୁଦ୍ଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । CDPO ଙ୍କ ନିର୍ଯ୍ୟାତନା ଯୋଗୁଁ ତାଙ୍କ ଗର୍ଭ ନଷ୍ଟ ହୋଇଥିବା ବର୍ଷା ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
action-taken-against-derabish-block-cdpo | Argus News