Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

32 ଟଙ୍କାରୁ ଅଧିକ ଟଙ୍କାରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ

Smruti Parija
Browse all articles by Smruti Parija
·1 year ago·1 min read
32 ଟଙ୍କାରୁ ଅଧିକ ଟଙ୍କାରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଳୁର ବର୍ଦ୍ଧିତ ଦର ଓ ଅଭାବକୁ ନେଇ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଜରୁରୀ କାଳୀନ ବୈଠକ ଡାକିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ପ୍ରତିକ୍ରିୟା ରଖି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ସରକାରର ନିଷ୍ପତ୍ତି ଦୁର୍ଭାଗ୍ୟପୂର୍ଣ୍ଣ । ଏ ନେଇ ଆମେ ତାଙ୍କ ସହ ଆଲୋଚନା କରିବୁ । ଯଦି ତୁରନ୍ତ ଆଳୁ ସମସ୍ୟା ସମାଧାନ ନହେଉଛି ଆମେ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଜି ଆଲୋଚନା କରିବୁ । 

ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ ତେବେ ଉତ୍ତରପ୍ରଦେଶରୁ ଖୁବଶୀଘ୍ର ଆଣିବୁ । ଆମେ ଅନୁଧ୍ୟାନ କରିଛୁ ମାର୍କେଟରେ ଆଳୁ ରେଟ୍ କମ୍ ଅଛି । ଆଜି ଗୋଦାମ ଉପରେ ଅଚାନକ୍ ଚଢ଼ାଉବେଳେ ରେଟ୍ 27 ଟଙ୍କା ରହିଥିବା ଜଣାପଡିଛି । ସେହି ଅନୁଯାୟୀ ରିଟେଲ 32 ଟଙ୍କା ରହିବ କଥା । 32 ଟଙ୍କାରୁ ଅଧିକ ଟଙ୍କାରେ ଆଳୁ କେଜି ନ ବିକ୍ରି ପାଇଁ ଅପିଲ୍ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ନଚେତ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Action will be taken if potatoes are sold for more than 32 rupees | Argus News