Videos
|
Odisha

ରାଜ୍ୟରେ ସକ୍ରିୟ ମୌସୁମୀ.. ଆଜିଠୁ  ପ୍ରବଳ ବର୍ଷିବ  

Manini Pattanayak
Browse all articles by Manini Pattanayak
·1 year ago·1 min read
ରାଜ୍ୟରେ ସକ୍ରିୟ ମୌସୁମୀ.. ଆଜିଠୁ  ପ୍ରବଳ ବର୍ଷିବ  

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଚାପ ରେଖା। ଫଳରେ ଆଜିଠୁ ବଢିବ ବର୍ଷା। ବର୍ତ୍ତମାନ ସାରା ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ। ଏହି ସ୍ଥିତି ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୨୪ ଘଣ୍ଟା ପାଇଁ  ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅର୍ଥାତ୍ ୧୨ ରୁ ୨୦ ସେମି ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ  ଜାରି କରାଯାଇଥିବା ବେଳେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର,ରାୟଗଡ଼ା,ବରଗଡ଼, ସୋନପୁର,ବୌଦ୍ଧ, ସମ୍ବଲପୁର,ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼,ଅନୁଗୁଳ,ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା,କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ଅର୍ଥାତ ୭ ରୁ ୧୧ ସେମି ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାଗୁଡ଼ିକୁ ୟେଲୋ  ଆଲର୍ଟ ଜାରି ହୋଇଛି।  ଜୁନ ମାସରୁ ଏବେ ସୁଦ୍ଧା ରାଜ୍ୟରେ ୧୧% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଆଗକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଜାହିର କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଫଳରେ ଆଗକୁ ବର୍ଷା ମଧ୍ୟ ବଢିବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Active Monsoon in the state.. It will rain heavily from today | Argus News