ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପରଲୋକ, କିଡନୀ ରୋଗରେ ଥିଲେ ପୀଡିତ
·2 years ago

ଅର୍ଗସ ବ୍ୟୁରୋ: ଚିର ନିଦ୍ରାରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି। କିଡନୀ ରୋଗରେ ପୀଡିତ ଥିଲେ ଅନୁଭବଙ୍କ ବାପା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି। ପରଲୋକ ସମୟରେ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ପେଶାରେ ଜଣେ ଅଧ୍ୟାପକ ଥିଲେ। ତେବେ ତାଙ୍କ ପରଲୋକ ଖବର ଶୁଣି ବିଭିନ୍ନ ମାହୋଲରୁ ଶୋକ ବାର୍ତ୍ତା ଆସୁଛି । କଟକ ସ୍ଥିତ ବାସ ଭବନ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି ଅନୁଭବଙ୍କ ପରିବାରବର୍ଗ, ସାଙ୍ଗ ସାଥି, ବନ୍ଧୁବାନ୍ଧବ ଓ କିଛି ସିନେ କଳାକାର। ଖାନନଗର ଶ୍ମଶାନରେ ଅନୁଭବଙ୍କ ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: