Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯେଉଁ ଅଭିନେତାଙ୍କୁ ଲୋକେ ପରଦାରେ ହିରୋ ଭାବେ ଦେଖୁଥିଲେ, ସେ ଏବେ ଅସଲ ଜୀବନରେ ହତ୍ୟାର ଅଭିଯୁକ୍ତ

Odisha

Actor In Murder Case / ଯେଉଁ ଅଭିନେତାଙ୍କୁ ଲୋକେ ପରଦାରେ ହିରୋ ଭାବେ ଦେଖୁଥିଲେ, ସେ ଏବେ ଅସଲ ଜୀବନରେ ହତ୍ୟାର ଅଭିଯୁକ୍ତ

Bikash Mohanty
Browse all articles by Bikash Mohanty
·2 hours ago·2 min read
ଯେଉଁ ଅଭିନେତାଙ୍କୁ ଲୋକେ ପରଦାରେ ହିରୋ ଭାବେ ଦେଖୁଥିଲେ, ସେ ଏବେ ଅସଲ ଜୀବନରେ ହତ୍ୟାର ଅଭିଯୁକ୍ତ
Acotor

Key Points

ରିଏଲ୍ ରେ ଭିଲେନ୍ ସାଜିଲା ରିଲ୍ ହିରୋ
ଥାର୍ ଚଢ଼ାଇ ଯୁବକଙ୍କୁ ହତ୍ୟା ପରେ ଆସିଛି ନୂଆ ତଥ୍ୟ।
ଗିରଫ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହିରୋ
ଅଭିନେତା ଜଣକ ହେଲେ ସରୋଜ ସ୍ୱସ୍ତିକ ଭରଦ୍ୱାଜ


ଭୁବନେଶ୍ବର୦୧/୦୬: :ରିଏଲ୍ ରେ ଭିଲେନ୍ ସାଜିଲା ରିଲ୍ ହିରୋ। ରାଜଧାନୀରେ ଥାର୍ ଆତଙ୍କ ଘଟଣାରେ ସାମ୍ନାକୁ ଆସିଲା ରିଲ୍ ହିରୋ ର ଭୂମିକା। ଚନ୍ଦ୍ରଶେଖରପୁର ରେ ଥାର୍ ଚଢ଼ାଇ ଯୁବକଙ୍କୁ ହତ୍ୟା ପରେ ଆସିଛି ନୂଆ ତଥ୍ୟ। ଗିରଫ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରେ ସାମିଲ ରହିଛନ୍ତି ଜଣେ ଟେଲିଫିଲ୍ମ ଅଭିନେତା। ଟେଲିଫିଲ୍ମ ଅଭିନେତା ଜଣକ ହେଲେ ସରୋଜ ସ୍ୱସ୍ତିକ ଭରଦ୍ୱାଜ।  ବରେନ୍ ହତ୍ୟା କାଣ୍ଡ ପୂର୍ବରୁ ହୋଇଥିବା ବଚସା ଓ ମାରପିଟ୍ ରେ ସାମିଲ ଥିଲେ ରିଲ୍ ଅଭିନେତା ସରୋଜ ସ୍ୱସ୍ତିକ ଭରଦ୍ୱାଜ। ହତ୍ଯାକାଣ୍ଡ ବେଳେ ବାଇକ୍ ରେ ଆସିଥିଲା ସରୋଜ ସ୍ୱସ୍ତିକ। ଘଟଣା ଦିନର ସମସ୍ତ ତଥ୍ୟ ପ୍ରମାଣ ଓ ସିସିଟିଭି ଲାଗିଛି ପୋଲିସ ହାତରେ।

ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଦ୍ବିତୀୟ ପ୍ରେମିକକୁ ଥାର୍ ଚଢ଼ାଇ ହତ୍ୟା କରିବା ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ହାତରେ ନୂଆ ସୁରାକ୍ ଲାଗିଛି। ପୁଲିସ ସିସିଟିଭି ଛାନ୍‌ଭିନ୍ ଓ କଲ୍ ଟ୍ରେସିଂ କରି ଜାଣିବାକୁ ପାଇଛି ଯେ ବାନ୍ଧବୀ ସହିତ ସମ୍ପର୍କ ରଖିବାକୁ ନେଇ ସୂରଜ ଓ ବରୁଣ ସମଧ୍ୟରେ ଫୋନ୍‌ରେ ଝଗଡ଼ା ହୋଇଥିଲା। ଘଟଣା ସଂପର୍କରେ ସୁରଜ କାମ କରୁଥିବା ଶୈଳଶ୍ରୀବିହାରସ୍ଥିତ ମହିମା ଜୁସ୍ ସେଣ୍ଟର୍‌ର ମାଲିକ ବ୍ରହ୍ମାନନ୍ଦ ଦାସ ଓରଫ ବାପୁନିକୁ ଜଣାଇଥିଲା। ବାପୁନି ତା’ର ସହଯୋଗୀ ତଥା ଆଲବମ୍ ଅଭିନେତା ସ୍ବସ୍ତିକ ଭରଦ୍ବାଜ୍ ଓରଫ୍ ସରୋଜ ସହ ମିଶି ବରୁଣକୁ ଧମକ ଦେଇଥିଲେ। ପ୍ରେମ ବ୍ୟାପାରରେ ବାହାର ଲୋକଙ୍କ ସଂପୃକ୍ତିକୁ ବରୁଣ ଜାଣିବାରୁ ସେ ବୁଝାମଣାରେ ଘଟଣା ସମାଧାନ କରିବାକୁ ଚାହିଥିଲା।

ପଢନ୍ତୁ ଏହି ଖବର: ମହିଳା ୱାସରୁମରେ ସିକ୍ରେଟ୍ କ୍ୟାମେରା ଲଗାଇବା ଅଭିଯୋଗରେ ଗିରଫ ହେଲେ ସଂଜୟ

ଏହି କ୍ରମରେ ବରୁଣ ତା’ର ବନ୍ଧୁ ଆଲୋକକୁ ସାଙ୍ଗରେ ଧରି ଶୁକ୍ରବାର ରାତିରେ ମହିମା ଜୁସ୍‌ ସେଣ୍ଟର୍‌କୁ ଯାଇଥିଲା। ଉଦ୍ଦେଶ୍ୟ ଥିଲା, ସୂରଜ ସହିତ କଥା ହୋଇ ବିବାଦ ତୁଟାଇବ। ମାତ୍ର ସେହିଦିନ ସୂରଜ, ବାପୁନି ଓ କିଛି ସହଯୋଗୀ ସେଠାରେ ଭୋଜି କରୁଥିଲେ। ପ୍ରେମବ୍ୟାପାରକୁ ସମାଧାନ କରିବେ କ’ଣ ସରୋଜ ଓ ବାପୁନି ପାଲଟା ବରୁଣକୁ ମାଡ଼ ମାରିଥିଲେ। ତେଣୁ ଭୟରେ ବରୁଣ ଘଟଣାସ୍ଥଳରୁ ପଳାଇ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବଳବନ୍ତ ଓରଫ୍ ଗୋଧୀକୁ ଘଟଣାରେ ଆପୋସ ସମାଧାନ ପାଇଁ ସାହାଯ୍ୟ ମାଗିଥିଲା। ଅପରପଟେ ବାପୁନି ଓ ସରୋଜ ଅନ୍ୟ ସହଯୋଗୀଙ୍କୁ ଡକାଇ ବରୁଣକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।

ଗୋଧୀର ସାହାଯ୍ୟ ପାଇ ବରୁଣ ଘଟଣାରେ ଆପୋସ ସମାଧାନ ପାଇଁ ପୁଣିଥରେ ଜୁସ୍ ସେଣ୍ଟର୍‌କୁ ନିକଟକୁ ଯାଇଥିଲା। ବରୁଣ ଓ ୨ ସହଯୋଗୀ ଘଟଣାସ୍ଥଳକୁ ଫେରିଆସିବା ଦେଖି ହତ୍ୟା ପାଇଁ ଯୋଜନା କରିଥିବା ବାପୁନି, ସରୋଜ ଓ ସୂରଜ ଓ ଅନ୍ୟମାନେ ଆକ୍ରମଣାତ୍ମକ ହୋଇଉଠିଥିଲେ। କିଛି କଥାବାର୍ତ୍ତା ପୂର୍ବରୁ ହିଁ ବରୁଣ ଗୋଷ୍ଠୀକୁ ଆକ୍ରମଣ କରିବା ପାଇଁ ପ୍ରଥମେ ବାପୁନି ଓ ସରୋଜ ମାଡ଼ି ଆସିଥିଲେ। ତେଣୁ ବରୁଣ ଓ ୨ ସାଙ୍ଗ ଘଟଣାସ୍ଥଳରୁ ଜୀବନ ବିକଳରେ ଖସିଯିବାକୁ ଚେଷ୍ଟା କରିଥିଲେ। ମାତ୍ର ସୂରଜ ଗୋଷ୍ଠୀ ସେମାନଙ୍କୁ ଏକ ଥାର୍ ଓ ସ୍କୁଟିରେ ଗୋଡ଼ାଇ ଗୋଡ଼ାଇ ଧକ୍କା ଦେଇ ବରୁଣକୁ ହତ୍ୟା କରିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Actor In Murder Case | Film Actor Turns Accused in Murder Case | Shocking Crime News | Argus News