Secret Camera / ମହିଳା ୱାସରୁମରେ ସିକ୍ରେଟ୍ କ୍ୟାମେରା ଲଗାଇବା ଅଭିଯୋଗରେ ଗିରଫ ହେଲେ ସଂଜୟ
·3 months ago·2 min read

Key Points
ମହିଳା ୱାସରୁମରେ ସିକ୍ରେଟ୍ କ୍ୟାମେରା ଲଗାଇବା ଅଭିଯୋଗ
ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଘଟଣା
ଜୁନିଅର ରେଭିନିଉ ଆସିଷ୍ଟାଣ୍ଟ ସଞ୍ଜୟ ଅଦେକା ଗିରଫ
ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଘଟଣା
ଜୁନିଅର ରେଭିନିଉ ଆସିଷ୍ଟାଣ୍ଟ ସଞ୍ଜୟ ଅଦେକା ଗିରଫ
ଜଗତସିଂହପୁର,୩୧/୦୫: ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମହିଳା ୱାସରୁମରେ ସିକ୍ରେଟ୍ କ୍ୟାମେରା ଘଟଣାରେ ଧରାପଡ଼ିଲା ଅଭିଯୁକ୍ତ। ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଜୁନିଅର ରେଭିନିଉ ଆସିଷ୍ଟାଣ୍ଟ ସଞ୍ଜୟ ଅଦେକାଙ୍କୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ । ତେବେ ଅଭିଯୁକ୍ତ ଜାନୁଆରୀ ମାସରୁ କ୍ୟାମେରା ଅନଲାଇନରେ କିଣି ମାର୍ଚ୍ଚ ମାସରେ ୱାସରୁମ୍ ଭିତରେ ଲଗାଇଥିଲା । ଅଭିଯୁକ୍ତ ବାରମ୍ବାର ମହିଳା ୱାସରୁମ ଭିତରକୁ ଯିବା ଆସିବା କରିବା ଭିଜୁଆଲ ଦେଖି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।
ପଚରାଉଚରା ସମୟରେ ସତ ମାନିଥିଲା ଅଭିଯୁକ୍ତ। ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ଜଗତସିଂହପୁର ଏସପି ଅଙ୍କିତ ବର୍ମା। ଏରସମା ନୂଆଗାଁର ସଂଜୟ ଗତ କିଛି ବର୍ଷ ହେଲା ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ l ସ୍ପାଏ କ୍ୟାମେରାକୁ ଅନଲାଇନ ଜରିଆରେ କିଣି ଥିଲେ । ଶୌଚାଳୟରେ ଏହାକୁ ଫିଟିଂ କରିବା ସହ ସ୍ୱତନ୍ତ୍ର ଆପ୍ଲିକେସନ୍ ଲୋଡ୍ କରି ନିଜ ମୋବାଇଲ ଫୋନରେ ରେକର୍ଡିଂ କରୁଥିଲେ।
ପଢନ୍ତୁ ଏହି ଖବର: ମହିଳା ୱାସରୁମ୍ରେ ସ୍ପାଏ କ୍ୟାମେରା ଘଟଣା: ସାଇବର ଟିମ୍ ଓ କ୍ୟାମେରା ଏକ୍ସପର୍ଟ କରିବେ ଯାଞ୍ଚ
ଗତ ୨୫ ତାରିଖରେ ଶୌଚାଳୟ ଚଟାଣରେ ସ୍ପାଏ କ୍ୟାମେରା ଖସିପଡ଼ିଥିଲା । ଫାଇନାନ୍ସ କର୍ମଚାରୀ ମଧୁସ୍ମିତା ସାମନ୍ତରାୟ ବାଥରୁମ ଯାଇଥିବା ବେଳେ ଏହି କ୍ୟାମେରା ତଳେ ପଡ଼ି ଯାଇଥିବା ଦେଖିବାକୁ ପାଇଥିଲେ। ଏହାକୁ ଦେଖି ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଭାରପ୍ରାପ୍ତ ଅତିରିକ୍ତ ଇଓ ଗିରିଜା ଶଙ୍କର ମଲ୍ଲିକ୍ ଏନେଇ ତୁରନ୍ତ ତିର୍ତୋଲ ଥାନାରେ ଏତଲା ଦେଇଥିଲେ ।ଅଭିଯୋଗ ପରେ ପୋଲିସ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ କେସ ନଂ ୨୮୬ରେ ମାମଲା ରୁଜୁ କରି ଏଥିରେ ୪ ଜଣିଆ ଟିମ୍ ମଧ୍ୟ ଗଠନ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁଲିସ ସ୍ପାଏ କ୍ୟାମେରାକୁ ଜବତ କରି ସାଇବର ସେଲକୁ ପଠାଇଥିଲେ । କାର୍ଯ୍ୟାଳୟର ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସନ୍ଦେହ ଘେରକୁ ଆସିଥିଲେ କନିଷ୍ଠ ରାଜସ୍ବ ସହାୟକ ସଞ୍ଜୟ ଆଧେକ । ଅଧିକ ଖୋଳତାଡ଼ ପରେ ପ୍ରମାଣକୁ ଆଧାର କରି ପୁଲିସ ସଞ୍ଜୟକୁ ଗିରଫ କରିଛି । ଏନେଇ ଜଗତସିଂହପୁର ଏସପି ଅଙ୍କିତ ବର୍ମା ପ୍ରମେସ୍ ମିଟ୍ ଜରିଆରେ ସୂଚନା ଦେଇଛନ୍ତି l
ଏପଟେ ଜିଲ୍ଲାପାଳ ମଧ୍ୟ ଅଭିଯୁକ୍ତ ସଞ୍ଜୟଙ୍କୁ ନିଲମ୍ବିତ କରିଛନ୍ତି । ଜଣେ ମହିଳା କର୍ମଚାରୀଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ଶୋଚାଳୟରେ ସଂଜୟ ସ୍ପାଏ କ୍ୟାମେରା ଖଞ୍ଜିଥିଲା । ତେବେ ଏହି ଶୌଚାଳୟ ଭିତରର କିଛି ଭିଡିଓ ସେ ସଂରକ୍ଷିତ ରଖିଥିବା କୁହାଯାଉଛି l ଏଦିଗରେ ଅଧିକ ତଦନ୍ତ ଚାଲି ଥିବା କହିଛନ୍ତି ଏସପି ଅଙ୍କିତ ବର୍ମା କହିଛନ୍ତି ।
Related Topics
Explore more stories