Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୂତ ଖାଉଛି ଭତ୍ତା ଟଙ୍କା!

Smruti Parija
Browse all articles by Smruti Parija
·2 years ago·1 min read
ଭୂତ ଖାଉଛି ଭତ୍ତା ଟଙ୍କା!

ଅର୍ଗସ ବ୍ୟୁରୋ: ଚଞ୍ଚକତା କରି ବିଭାଗୀୟ ଅଧିକାରୀ ସରକାରୀ ଅର୍ଥ ଡହପ କରୁଥିବା ଅଭିଯୋଗ ହେଉଛି । ଚାଉଳ ଓ ଭତ୍ତା ବଣ୍ଟନରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ନାଁରେ ମାସ ମାସ ଧରି ଉଠିଛି ପିଡିଏସ ସାମଗ୍ରୀ ଓ ଭତ୍ତା ଟଙ୍କା । ବର୍ଷ ବର୍ଷ ଧରି ମୃତକମାନଙ୍କ ନାଁରେ ଉଠାଯାଉଛି ପେନସନ ଓ ଚାଉଳ । 

ମୟୂରଭଞ୍ଜ ଜିଲ୍ଲାରେ ଭୁତ ହିତାଧିକାରୀଙ୍କ ତାଲିକା ଲମ୍ବି ଚାଲିଛି । ଶୁଳିଆପଦା ବ୍ଲକରୁ ମିଳିଛି ଦୁର୍ନୀତିର ତଥ୍ୟ । ବର୍ଷ ବର୍ଷ ଧରି ମୃତକଙ୍କ ନାଁରେ ପେନସନ ଓ ଚାଉଳ ଉଠାଯାଉଛି । ତେବେ ଭୂତ ହିତାଧିକାରୀଙ୍କ  ତାଲିକାରେ ସରକାରୀ ଅର୍ଥ ହଡପ କରି ସରକାରୀ ବାବୁମାନେ ମାଲେ ମାଲ୍ ହେଉଥିବା ଅଭିଯୋଗ ହୋଇଛି ।

VRPଙ୍କ ଅଡିଟ ରିପୋର୍ଟ ଖୋଲିଦେଇଛି ଶୁଳିଆପଦା ଦୁର୍ନୀତିର ଗୁମର ପେଡ଼ି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ମୁଣ୍ଡ ପିଛା ମାସକୁ 5 କେଜି ମାଗଣାରେ ଚାଉଳ ଦେଉଛନ୍ତି । ନିୟମ ଅନୁସାରେ ଯେଉଁ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି ତାଙ୍କ ନାମ ରେଜିଷ୍ଟରରୁ କଟିଯିବା କଥା ମାତ୍ର ଦୁର୍ନୀତିଖୋର୍ ଅଧିକାରୀ, ଯୋଗାଣ ସହାୟକ ଓ କିଛି ସ୍ୱୟଂ ସହାୟକ ଗୋଷ୍ଠୀର ଗ୍ରୁପମାନେ ରେଜିଷ୍ଟାରରୁ ମୃତବ୍ୟକ୍ତିଙ୍କ ନାମକୁ ନ କାଟି ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାମରେ ରାସନ୍ ଚାଉଳକୁ ହଡ଼ପ କରୁଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେଉଁ ପଞ୍ଚାୟତରେ ବର୍ଷ ବର୍ଷ ଧରି ମୃତ ଲୋକଙ୍କ ନାମରେ ପିଡ଼ିଏସ୍ ଚାଉଳ ଉଠୁଛି, ତ ପୁଣି ଆଉ କେଉଁ ପଞ୍ଚାୟତରେ ମନରେଗା ଯୋଜନାରେ ହେର୍ ଫେର୍ ହୋଇ ହୋଇଛି ଫଲ୍ସ ବିଲ୍ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
actual-beneficiaries-are-not-getting-allownce-money | Argus News