Adani Foundation / Adani Foundationର ପ୍ରୟାସ, ଆଲୋକିତ ହେଲା ODRP କଲୋନୀ
·7 months ago·2 min read

Key Points
ଆର୍ଯ୍ୟପଲ୍ଲୀରେ ସୋଲାର୍ ବିପ୍ଲବ
CSR ପ୍ରୟାସରେ ଗ୍ରାମ ଉନ୍ନତିର ନୂଆ ଅଧ୍ୟାୟ
Adani Foundationର ପ୍ରୟାସରେ ଆଲୋକିତ ହେଲା ODRP କଲୋନୀ

ଅନ୍ଧକାର ଗଳିରୁ ଆଲୋକିତ ପଥ ପର୍ଯ୍ୟନ୍ତ । ଗୋପାଳପୁର ପୋର୍ଟ ସମୀବର୍ତ୍ତୀ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଓଡ଼ିଶା ଡିଜାଷ୍ଟର ରିକଭରି ପ୍ରୋଜେକ୍ଟ, ଅର୍ଥାତ୍ ODRP କଲୋନୀରେ ଏବେ ଦେଖିବାକୁ ମିଳୁଛି ସ୍ପଷ୍ଟ ପରିବର୍ତ୍ତନ । Adani Foundation ପକ୍ଷରୁ ଲଗାଯାଇଥିବା ସୋଲାର୍ ଷ୍ଟ୍ରିଟ୍ ଲାଇଟ୍ ଏହି ଅଞ୍ଚଳରେ ନୂଆ ଆଶାର ଆଲୋକ ଜଳାଇଛି ।
ସାଇକ୍ଲୋନ୍ ପୀଡ଼ିତ ପରିବାରମାନଙ୍କୁ ପୁନର୍ବାସ କରିବା ପାଇଁ ଗଠିତ ଏହି ODRP କଲୋନୀରେ ପ୍ରାୟ ୮୦୦ଟି ପରିବାର ଓ ୩ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । କଲୋନୀ ଭିତରେ ପ୍ରାୟ ୩ କିଲୋମିଟର ରାସ୍ତା ଏବଂ ମାଛ ଧରା ଘାଟ ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତାରେ ପ୍ରାୟ ୧୦୦ଟି ଆଧୁନିକ ସୋଲାର୍ ଷ୍ଟ୍ରିଟ୍ ଲାଇଟ୍ ଲଗା ଯାଇଛି ।
ଏହି ପ୍ରକଳ୍ପ Adani Gopalpur Port ର CSR କାର୍ଯ୍ୟକ୍ରମ ଅଧୀନରେ କରାଯାଇଛି । ଏହା ମାଧ୍ୟମରେ ଗ୍ରାମୀଣ ଅଞ୍ଚଳରେ ସୁରକ୍ଷା ଓ ପରିବେଶ ସମ୍ବଳିତ ଉନ୍ନତିକୁ ଗୁରୁତ୍ୱ ଦିଆଯାଇଛି ।
ପୂର୍ବରୁ ଅପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ଯୋଗୁ ମାଛ ଧରାଳିମାନେ ଭୋର ସମୟରେ ଘାଟକୁ ଯିବାବେଳେ ଅସୁବିଧା ଭୋଗୁଥିଲେ । ସେହିପରି ମହିଳାମାନେ ସନ୍ଧ୍ୟା ପରେ ପାଣି ଆଣିବାକୁ ଯିବାକୁ ଭୟ କରୁଥିଲେ । ଅନ୍ଧକାର ଯୋଗୁ ଚୋରି ଓ ସାପ ଭୟ ମଧ୍ୟ ବଢ଼ିଥିଲା । ଆଉ ଏବେ ସୋଲାର୍ ଲାଇଟ୍ ଲାଗିବା ପରେ ପରିସ୍ଥିତିରେ ସୁଧାର ଆସିଛି । ବିଦ୍ୟୁତ ବିଚ୍ଛିନ୍ନ ହେଲେ ମଧ୍ୟ ଏହି ଲାଇଟ୍ ଚାଲୁ ରହୁଥିବାରୁ ଲୋକମାନେ ନିର୍ଭୟରେ ଯାତାୟାତ କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଥାନୀୟ ଛାତ୍ର ଶ୍ରୀରାମ କହିଛନ୍ତି, “ଏବେ ଆମେ ସନ୍ଧ୍ୟାବେଳେ ନିରାପଦ ଭାବେ ସାଇକେଲ୍ ଚଳାଇ ପାଠ ପଢିବାକୁ ଯାଇପାରୁଛୁ ଏବଂ ରାସ୍ତା ଆଲୋକରେ ଖେଳିପାରୁଛୁ ।”
ସ୍ଥାନୀୟ ବାସିନ୍ଦା ଲିଙ୍ଗରାଜ ବେହେରା କହିଛନ୍ତି, “ପୂର୍ବରୁ ଅନ୍ଧାରର ସୁଯୋଗ ନେଇ ଚୋରମାନେ ବାଇକ୍ ଓ ତେଲ ଚୋରି କରୁଥିଲା । କିନ୍ତୁ ଏବେ ରାସ୍ତା ଆଲୋକିତ ହେବାରୁ ଆମେ ନିରାପଦ ଅନୁଭବ କରୁଛୁ ।” ସେହିପରି ଜଣେ ମହିଳା କରମ୍ମା କହିଛନ୍ତି, “ଅନ୍ଧକାରରେ ପାଣି ଆଣିବା କଷ୍ଟକର ଥିଲା । ଏବେ ଆମେ ନିର୍ଭୟରେ ଯାଇପାରୁଛୁ। ଏହି ପ୍ରୟାସ ଆମ ଜୀବନକୁ ଆଲୋକିତ କରିଛି।”
ଆର୍ଯ୍ୟପଲ୍ଲୀର ODRP କଲୋନୀରେ ସୋଲାର୍ ଷ୍ଟ୍ରିଟ୍ ଲାଇଟ୍ ଏବେ କେବଳ ଆଲୋକ ନୁହେଁ ବରଂ ଉନ୍ନତି ଓ ବିକାଶର ଏକ ପ୍ରତୀକ ଭାବେ ପରିଚିତ ହେଉଛି ।

Related Topics
Explore more stories