Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ

Odisha

ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ

Ritu Das
Browse all articles by Ritu Das
·2 years ago
ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ

ଅର୍ଗସ ବ୍ୟୁରୋ: ଓଡ଼ିଶାର ଗୋପାଳପୁର ପୋର୍ଟକୁ ଅଧିଗ୍ରହଣ କଲା ଆଦାନୀ ପୋର୍ଟ ଆଣ୍ଡ ଏସଇଜେଡ ଲିମିଡେଟ। ୩୦୮୦ କୋଟି ଟଙ୍କାରେ ଗୋପାଳପୁର ପୋର୍ଟ ଲିମିଟେଡକୁ କିଣିବାକୁ ଚୁକ୍ତି କରିଛି ଆଦାନୀ ଗ୍ରୁପ। ଗୋପାଳପୁର ପୋର୍ଟ ଲିମିଟେଡରେ ଏସପି ଗ୍ରୁପର ୫୬ ପ୍ରତିଶତ ଅଂଶଧନ ରହିଥିବା ବେଳେ ଓଡିଶା ଷ୍ଟିଭେଡର୍ସ ଗ୍ରୁପର ୩୯ ପ୍ରତିଶତ ଷ୍ଟେକ୍ ରହିଛି। ଗୋପାଳପୁର ପୋର୍ଟ ସହ ରେଳ ଏବଂ ରୋଡ କନେକ୍ସନ ସହ ପୋର୍ଟର କାର୍ଗୋ ପରିବହନ କ୍ଷମତା ବାର୍ଷିକ  ୨୦ ମିଲିୟନ ମେଟ୍ରିକ ଟନ ରହିଛି। 

ଏହି ପୋର୍ଟ ଦେଇ ଲୁହାପଥର, କୋଇଲା, ଲାଇମଷ୍ଟୋନ୍ , ଆଲୁମିନା ଭଳି କାର୍ଗୋ ପରିବହନ ହୋଇ ଆସୁଛି। ୨୦୦୬ ମସିହାରେ ଓଡ଼ିଶା ସରକାର ଗୋପାଳପୁର ପୋର୍ଟକୁ ୩୦ ବର୍ଷିଆ ରିହାତି ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Adani took | Argus News