ଯୋଜନାର ନାମ ପରିବର୍ତ୍ତନ କରି ଅପଦସ୍ତ ହେଲେ ଅତିରିକ୍ତ ଜିଲ୍ଲାପାଳ

ଅର୍ଗସ ବ୍ୟୁରୋ: ରାଜ୍ୟପାଳଙ୍କ ସଭାରେ ମିଛ କହି ଅପଦସ୍ତ ହେଲେ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର। କେନ୍ଦ୍ର ଯୋଜନାର ନାମ ପରିବର୍ତ୍ତନ କରି ଧରାପଡିଛନ୍ତି ରାଜ୍ୟ ସରକାରଙ୍କ ଅଧିକାରୀ। କେନ୍ଦ୍ର ସରକାରଙ୍କ "ହର୍ ଘର୍ ଜଲ୍" ଯୋଜନାର ନାମ ପରିବର୍ତ୍ତନ କରିବା ପଡିଲା ମହଙ୍ଗା। ଶନିବାର ରାଜ୍ୟପାଳ ରଘୁବର ଦାସ୍ ପୁରୀ ଜିଲ୍ଲାର କାକଟପୁର ବ୍ଲକ ଗସ୍ତରେ ଯାଇଥିଲେ।
କାକଟପୁର ବ୍ଲକର ଅବଦାନ ପଞ୍ଚାୟତର ବିରିବସ୍ତ ଠାରେ ଚାଷୀ ମାନଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ। ଚାଷୀ ସମସ୍ୟା ଠାରୁ ପଞ୍ଚାୟତର ସମସ୍ୟା ପଚାରି ବୁଝିଥିଲେ। ତା ମଧ୍ୟରେ ପଞ୍ଚାୟତର ଲୋକଙ୍କୁ କେନ୍ଦ୍ର ସରକାରଙ୍କ ''ହର୍ ଘର୍ ଜଲ୍" ଯୋଜାନାରେ ଲୋକଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାଣି ପହଞ୍ଚୁଛି କି ନାହିଁ ଉପସ୍ଥିତ ଥିବା ଉପଜିଲ୍ଲାପାଳଙ୍କୁ ପଚାରିଥିଲେ ରାଜ୍ୟପାଳ। ହେଲେ ରାଜ୍ୟପାଳଙ୍କ ସମ୍ମୁଖରେ ଏଭଳି କୌଣସି ଯୋଜନାରେ ଟଙ୍କା ଆସୁନାହିଁ କହି ଉପଜିଲ୍ଲାପାଳ ସିଧା ମନାକରି ଦେଇଥିଲେ। ଯାହାକୁ ନେଇ ଉପସ୍ଥିତ ଲୋକଙ୍କୁ ପଚାରିଥିଲେ ରାଜ୍ୟପାଳ। ରାଜ୍ୟାପାଳଙ୍କୁ ସତ କହିଦେଇଥିଲେ ଉପସ୍ଥିତ ଲୋକେ। କେନ୍ଦ୍ର ସରକାରଙ୍କ "ହର୍ ଘର୍ ଜଲ୍" ଯୋଜନାରେ ଅବଦାନ ପଞ୍ଚାୟତରେ ଘରେ ଘରେ ପାଇପରେ ପାଣି ପହଞ୍ଚୁଛି ହେଲେ ଏଠାରେ ବସୁଧା ଯୋଜନା ଫଳକ ଲାଗୁଛି ବୋଲି ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ଲୋକେ। ଏହାପରେ ରାଜ୍ୟପାଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଗିଦ୍ କରାଇବା ସହ ଅସନ୍ତୋଷ ପ୍ରକାଶ କରିଥିଲେ।
ଧରାପଡିଗଲା ଉପଜିଲ୍ଲାପାଳଙ୍କ ମିଛ। ନଜର ପକାନ୍ତୁ ସରକାରୀ ତଥ୍ୟ ଉପରେ। କେନ୍ଦ୍ର ସରକାରଙ୍କ ଜଳ୍ ଜୀବନ୍ ମିଶନରୁ ମିଳିଥିବା ତଥ୍ୟ ଖୋଲିଲା ନାମ ହଡପର ଗୁମର। ଜଳ ଜୀବନ ମିଶନରେ ପୁରୀ ଜିଲ୍ଲାରେ ୩,୨୨,୧୬୩ ପରିବାରରୁ ୨,୨୧,୪୭୧ ପରିବାର ପାଇଁ ପାଣି ପହଞ୍ଚିଛି। ଅର୍ଥାତ ୬୮.୭୫ ପ୍ରତିଶତ ଲୋକଙ୍କ ପାଖରେ ପାଇପ୍ ଯୋଗେ ପହଞ୍ଚିଛି ବିଶୁଦ୍ଧ ପାଣି। ଯେଉଁଥରେ କାକଟପୁର ବ୍ଲକର ୨୬,୦୦୦ ପରିବାରରୁ ୧୮,୬୬୩ ଗୋଟି ପରିବାର ପାଖରେ ପାଇପ୍ ପାଣି ପହଞ୍ଚିଛି। ଯାହାକି ୭୧.୭୮ ଶତକଡା ପରିବାର। ଯେଉଁ ଅବଦାନ ପଞ୍ଚାୟତରେ ରାଜ୍ୟପାଳ ବୈଠକ କରେ "ହର୍ ଘର୍ ଜଲ୍" ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହର ଆଲୋଚନା କରିଥିଲେ ଏବେ ସେହି ପଞ୍ଚାୟତର ରିପୋର୍ଟ ଉପରେ ନଜର ପକାନ୍ତୁ। ପଞ୍ଚାୟତର ୪୭୧ ଗୋଟି ପରିବାର ରହିଥିବା ବେଳେ ୪୭୧ ଅର୍ଥାତ ୧୦୦ ପ୍ରତିଶତ ପରିବାରକୁ ପାଇପ୍ ଯୋଗେ ଏହି ଯୋଜନାରେ ପାଣି ପହଞ୍ଚି ସାରିଛି। କିନ୍ତୁ ରାଜ୍ୟ ସରକାର ବସୁଧା ଯୋଜାରେ ପାଣି ପହଞ୍ଚାଇଥିବାର ପ୍ରଚାର କରୁଥିବା ଲୋକେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ସେପଟେ ଏନେଇ କିନ୍ତୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିଥିଲେ ବି ଏଡାଇଯାଇଥିଲେ ଅତିରିକ୍ତ ଜିଲ୍ଲାପାଳ।
📱 Get Argus News App
✨୨୦୨୪ ସୁଦ୍ଧା '' ହର୍ ଘର୍ ଜଲ୍'' ଯୋଜନାରେ ପାଇପ୍ ଯୋଗେ ଘରେଘରେ ପାଣି ପହଞ୍ଚାଇବାକୁ କେନ୍ଦ୍ରସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁଥିପାଇଁ ଓଡିଶାକୁ ମିଳିଛି ୩,୩୨୩ କୋଟି ଟଙ୍କାର ଅନୁଦାନ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ୪ଗୁଣା ଅର୍ଥ ମିଳିଛି ଓଡିଶାକୁ। କିନ୍ତୁ ରାଜ୍ୟର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମାତ୍ର ୩୧ ପ୍ରତିଶତ ପରିବାର ପାଖରେ ପହଞ୍ଚିଛି ବିଶୁଦ୍ଧ ପାଣି। ଯାହା ୨୪ ବର୍ଷର ବିଜେଡି ସରକାର ଅପାରଗତାକୁ ପଦାରେ ପକାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର