|
logo
Live

Argus News - 'ଅଦିନିଆ ରଥଯାତ୍ରା ହେଉଛି ଏକ ନମ୍ବର ଅପପ୍ରଚାର’

Odisha

Adinia Rath Yatra Controversy / 'ଅଦିନିଆ ରଥଯାତ୍ରା ହେଉଛି ଏକ ନମ୍ବର ଅପପ୍ରଚାର’

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
'ଅଦିନିଆ ରଥଯାତ୍ରା ହେଉଛି ଏକ ନମ୍ବର ଅପପ୍ରଚାର’
Gajapati Maharaja

Key Points

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତିଙ୍କ ବଡ଼ ପ୍ରତିକ୍ରିୟା
ଆଚାର୍ଯ୍ୟ ଓ ଜଗନ୍ନାଥପ୍ରେମୀଙ୍କ ମତ ଲୋଡ଼ିଲେ ଗଜପତି ମହାରାଜା
ଆଚାର୍ଯ୍ୟ ଓ ଭକ୍ତ ଚୁପ୍ ରହିଲେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବ
ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ଗଜପତି ମହାରାଜା । ସେ କହିଛନ୍ତି, ବର୍ତ୍ତମାନ ସମୟରେ ଅଦିନିଆ ରଥଯାତ୍ରା ହେଉଛି ପ୍ରଥମ ଅପପ୍ରଚାର । ଅଦିନିଆ ରଥଯାତ୍ରା ଏକ ଭୟଙ୍କର ବ୍ୟତିକ୍ରମ । ଏବେ ଆଚାର୍ଯ୍ୟ ମାନଙ୍କ ମତ ଓ ଭକ୍ତମାନେ ମତ ଦେବାର ସମୟ ଆସିଛି । ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ ତେବେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବେ ।

ଇସ୍କନ ଠାରୁ ସମସ୍ତେ ଦେଖି ଅଦିନିଆ ରଥଯାତ୍ରା କରୁଛନ୍ତି । ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଲେ ଗଜପତି ମହାରାଜା । ସେହିପରି ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଲୋଚନା ଉଦ୍ୟମ ଇସ୍କନ ସହ ବିଫଳ ହେଲା । ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହି ନାହାନ୍ତି । ଆମର ଓଡ଼ିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଡୋନେସନ୍ ଦେଉଛନ୍ତି । ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ । ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଗଜପତି ମହାରାଜା ।

ସେହିପରି ଗଜପତି ମହାରାଜା ଆହୁରି କହିଛନ୍ତି, କେଉଁ ତିଥିରେ ମହାପ୍ରଭୁଙ୍କ ଆବିର୍ଭାବ ମଣ୍ଡପ ଯାତ୍ରା ହେବ, ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକଥା ମହର୍ଷିଙ୍କ ମାଧ୍ୟମରେ କହିଛନ୍ତି। ଯଦି ଆମେ ଏହାକୁ ମାନିଲେ ନାହିଁ, ତା ହେଲେ ଆମେ କି ଜଗନ୍ନାଥ ଭକ୍ତ? ଏଭଳି ବ୍ୟତିକ୍ରମକୁ ଯଦି ଆମେ ପ୍ରତିବାଦ କରୁନାହୁଁ, ତେବେ ଆମେ କି ଜଗନ୍ନାଥ ସଂସ୍କୃତିର ପ୍ରଚାର କରୁଛେ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ।

ସୂଚନା ଅନୁସାରେ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରମ୍ପରାକୁ ଇସ୍କନ କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଛି । ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି । ଏ ନେଇ ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି । ଏହା ସତ୍ତ୍ବେ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି । ତେବେ ଇସ୍କନର ଏଭଳି ପଦକ୍ଷେପ ନେଇ ଗଜପତି ମହାରାଜା ନିକଟରେ ପୁଣି ଚିଠି ଲେଖିଥିଲେ । ସେ ଇସ୍କନ ଗଭର୍ଣ୍ଣିଂ ବଡି କମିସନ (ଜିବିସି) ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adinia Rath Yatra Controversy: 'ଅଦିନିଆ ରଥଯାତ୍ରା ହେଉଛି ଏକ ନମ୍ବର ଅପପ୍ରଚାର’ | Argus News