Videos
|
Odisha

School Closed / ପ୍ରଶାସନର ବଡ଼ ନିଷ୍ପତ୍ତି: ଆସନ୍ତାକାଲି ଏହି ଜିଲ୍ଲାରେ ସବୁ ସ୍କୁଲ ବନ୍ଦ

Banajyotshna Ray
Browse all articles by Banajyotshna Ray
·2 months ago·2 min read
ପ୍ରଶାସନର ବଡ଼ ନିଷ୍ପତ୍ତି: ଆସନ୍ତାକାଲି ଏହି ଜିଲ୍ଲାରେ ସବୁ ସ୍କୁଲ ବନ୍ଦ
School Closed

Key Points

ଜାରି ରହିଛି ଲଗାଣ ବର୍ଷା
ଆସନ୍ତାକାଲି ମଧ୍ୟ ବନ୍ଦ ରହିବ ଆଠଗଡ ଉପଖଣ୍ଡର ସମସ୍ତ ସ୍କୁଲ


ଆସନ୍ତାକାଲି ସବୁ ସ୍କୁଲ ବନ୍ଦ ରହିବ। ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ମଧ୍ୟ ବନ୍ଦ ରହିବ ଆଠଗଡ ଉପଖଣ୍ଡର ସମସ୍ତ ସ୍କୁଲ। ଲଗାଣ ବର୍ଷା ଓ ବିଭିନ୍ନ ସ୍ଥାନରେ ହୋଇଥିବା ଜଳବନ୍ଦୀ ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ। ଆଠଗଡ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ସରକାରୀ , ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ। ଆଜି ମଧ୍ୟ ବନ୍ଦ ରହିଥିଲା ସମସ୍ତ ସ୍କୁଲ।''ଗତକିଛି ଦିନ ହେବ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଆଗାମୀ ଦିନରେ ମଧ୍ୟ ସମାନ ବର୍ଷା ହେବାର ଆଲର୍ଟ ଜାରି କରାଯାଇଛି।''

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଜନଜୀବନ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି । ବର୍ଷା ଲାଗି ରହିଥିବାରୁ ପିଲାଙ୍କ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି ପ୍ରଶାସନ । ଲଗାଣ ବର୍ଷା ଯୋଗୁଁ ଆଜି ସମସ୍ତ ଅଙ୍ଗନୱାଡ଼ି, ସ୍କୁଲ୍‍ ଓ କଲେଜ ଛୁଟି ଘୋଷଣା କରାଯାଇଛି । ଆଠଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛୁଟି ଘୋଷଣା କରିଛି ପ୍ରଶାସନ । ଗତ କିଛି ଦିନ ହେବ ଜିଲ୍ଲାରେ ଲାଗି ରହିଛି ବର୍ଷା ।''

ଏଥିସହ ପଢ଼ନ୍ତୁ: ଲଗାଣ ବର୍ଷା… ଆଜି ବନ୍ଦ ରହିବ ସମସ୍ତ ଅଙ୍ଗନୱାଡ଼ି, ସ୍କୁଲ୍‍ ଓ କଲେଜ

୧୮, ୧୯ ଓ ୨୦ ତାରିଖରେ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ବାରଣ କରାଯାଇଛି ।
ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗାମୀ ୩ ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ଓ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:




Related Topics

Explore more stories