Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

School Closed / ଲଗାଣ ବର୍ଷା… ଆଜି ବନ୍ଦ ରହିବ ସମସ୍ତ ଅଙ୍ଗନୱାଡ଼ି, ସ୍କୁଲ୍‍ ଓ କଲେଜ

Sushanta Sahoo
Browse all articles by Sushanta Sahoo
·14 hours ago·2 min read
ଲଗାଣ ବର୍ଷା… ଆଜି ବନ୍ଦ ରହିବ ସମସ୍ତ ଅଙ୍ଗନୱାଡ଼ି, ସ୍କୁଲ୍‍ ଓ କଲେଜ
Anganwadi, Schools and Colleges Shut Today

Key Points

ଲଗାଣ ବର୍ଷା ଯୋଗୁଁ ଆଜି ସମସ୍ତ ଅଙ୍ଗନୱାଡ଼ି, ସ୍କୁଲ୍‍ ଓ କଲେଜ ଛୁଟି ଘୋଷଣା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛୁଟି ଘୋଷଣା କରିଛି ପ୍ରଶାସନ ।
ସୋନପୁର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଜନଜୀବନ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି । ବର୍ଷା ଲାଗି ରହିଥିବାରୁ ପିଲାଙ୍କ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି ପ୍ରଶାସନ ।

ଲଗାଣ ବର୍ଷା ଯୋଗୁଁ ଆଜି ସମସ୍ତ ଅଙ୍ଗନୱାଡ଼ି, ସ୍କୁଲ୍‍ ଓ କଲେଜ ଛୁଟି ଘୋଷଣା କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛୁଟି ଘୋଷଣା କରିଛି ପ୍ରଶାସନ । ଗୁରୁବାର ଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ଲାଗି ରହିଛି ବର୍ଷା । ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି ।

ଏଥିସହ ପଢ଼ନ୍ତୁ: ଶରଧା ବାଲିରେ ଲାଗିପାରିଲାନି ଗୋଟିଏ ବି ରଥ; ସକାଳ ସାଢ଼େ ୯ରୁ ପୁଣି ରଥଟଣା 

କେଉଁ ଜିଲ୍ଲାକୁ କେଉଁ ଆଲର୍ଟ ?

ଆଗାମୀ ୩ ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ଓ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପାଇଁ ୭ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୭ ଜିଲ୍ଲା ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା ଓ ବଲାଙ୍ଗିର ।

ସେହିଭଳି ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ସ୍କୁଲରୁ ଆସିଲା ଲଜ୍ଜାଜନକ ଘଟଣା! ଭାଇରାଲ ଭିଡିଓ ପରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଚାକିରି ଗଲା 

୧୮, ୧୯ ଓ ୨୦ ତାରିଖରେ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ବାରଣ କରାଯାଇଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored