Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ମନ୍ତ୍ରକୁ ଗ୍ରହଣ କରି ଆଗାମୀ ଦିନରେ ଭାରତ ଅନଷ୍ଟପେବୁଲ ହେବ: ଧର୍ମେନ୍ଦ୍ର

Odisha

ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ମନ୍ତ୍ରକୁ ଗ୍ରହଣ କରି ଆଗାମୀ ଦିନରେ ଭାରତ ଅନଷ୍ଟପେବୁଲ ହେବ: ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ମନ୍ତ୍ରକୁ ଗ୍ରହଣ କରି ଆଗାମୀ ଦିନରେ ଭାରତ ଅନଷ୍ଟପେବୁଲ ହେବ: ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ଗୁଗୁଲ, ମାଇକ୍ରୋସଫ୍ଟ ଭଳି ୧୫ଟି ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ, ବୃହତ ଶିଳ୍ପ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ସହ ଜାତୀୟ ଦକ୍ଷତା ବିକାଶ ନିଗମ ସହ ଏମଓୟୁ ଭାରତର ଯୁବଶକ୍ତିଙ୍କୁ ଦକ୍ଷ ଏବଂ ସଶକ୍ତ କରିବ। ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ମନ୍ତ୍ରକୁ ଗ୍ରହଣ କରି ଆଗାମୀ ଦିନରେ ଭାରତ ଅନଷ୍ଟପେବୁଲ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରେ ଭାରତର ଯୁବଶକ୍ତିଙ୍କୁ  ଦକ୍ଷ କରିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଏବଂ ଶିଳ୍ପ ଓ ଶିକ୍ଷା ଭାଗିଦାରୀତାର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏହା କହିଛନ୍ତି ।

ସେ ଆହୁରୀ କହିଛନ୍ତି ଆଜି ଦେଶ ବିଦେଶର ୧୫ଟି ଅଗ୍ରଣୀ ଟେକ୍ନୋଲୋଜି ସଂସ୍ଥା ଯଥା ଗୁଗଲ, ମାଇକ୍ରୋସଫ୍ଟ. ଫ୍ଲିପକାର୍ଟ, ଟିମ୍ ଲିଜ୍ , ଅପଗ୍ରେଡ, ରିଲାଏନ୍ସ ଫାଉଣ୍ଡେସନ, ହନିଓ୍ୱେଲ, ଇନୋଫୋସିସ ସହ ଏନଏସଡିସି ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଆଜିର ପଦକ୍ଷେପ ସ୍କିଲ୍ ଇଣ୍ଡିଆ ମିଶନକୁ ଆଗକୁ ନେବ ଏବଂ ଅଧିକ ଦକ୍ଷ ମାନବ ସମ୍ବଳକୁ ନେତୃତ୍ୱ ଦେବାରେ ସହଯୋଗୀ ହେବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adopting mantra of skilling, reskilling and upskilling, India will be unstoppable in coming days: Dharmendra pradhan | Argus News