Pitabasa Panda Murder Case / ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଖୁବଶୀଘ୍ର ଘଟଣାର ହେବ ପର୍ଦ୍ଦାଫାସ
·10 months ago·2 min read

Key Points
ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସିଛି। କେସରେ ଅଗ୍ରଗତି ହୋଇଛି ଖୁବଶୀଘ୍ର ଘଟଣାର ଖୁଲାସା ହେବ ବୋଲି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ସୂଚନା ଦେଇଛନ୍ତି।

ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚଛି ଖୁବ ଶୀଘ୍ର ହେବ ଖୁଲାସା। ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ ହେବ।
ପ୍ରକାଶ ଥାଉ କି, ଗତକାଲି ବ୍ରହ୍ମପୁର ସହରର ଜଣେ ଚର୍ଚ୍ଚିତ ରାଜନେତାଙ୍କୁ ଉଠାଇନେଇଥିଲା ପୋଲିସ । ପୋଲିସ ଉଠାଇ ନେଇଥିବା ରାଜନେତା ଜଣଙ୍କ ପୂର୍ବରୁ ଏକାଧିକ ମାମଲାରେ ଜେଲ୍ରେ ଥିଲେ ବୋଲି ଜଣାପଡ଼ିଛି। ପୋଲିସ ଉକ୍ତ ରାଜନେତାଙ୍କୁ ସୋମବାର ସନ୍ଧ୍ୟାରେ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି।
ଏହାସହ ପଢ଼ନ୍ତୁୁ: ପୂର୍ବ ଶତ୍ରୁତାକୁ ନେଇ ଟିଉସନ ସାରଙ୍କୁ ଗୁଳିମାଡ, ମେଡିକାଲରେ ଭର୍ତ୍ତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୪ ଦିନ ହେଲା ପୋଲିସ ସ୍ଥାନୀୟ ଜଣେ କର୍ପୋରେଟରଙ୍କ ସହ ଦିଲ୍ଲୀରୁ ଜଣେ ଛାତ୍ର ନେତାଙ୍କୁ ଉଠାଇ ଆଣି ଜେରା ଜାରି ରଖିଛି । ଆଉ ସୋମବାର ବ୍ରହ୍ମପୁର ସହରର ଜଣେ ନେତାଙ୍କୁ ଉଠାଇ ନେବା ପୀତବାସଙ୍କ ହତ୍ୟା ପଛରେ ରାଜନୈତିକ ଦିଗକୁ ଇଙ୍ଗିତ କରୁଛି।
ତେବେ ବ୍ରହ୍ମପୁର ପୋଲିସ ଏବେ ଉଠାଇ ନେଇଥିବା ଚର୍ଚ୍ଚିତ ରାଜନେତାଙ୍କ ସହ ପୀତବାସଙ୍କ ହତ୍ୟାର କ'ଣ ସମ୍ପର୍କ ରହିଛି ତାହା ପୋଲିସ ସ୍ପଷ୍ଟ କରିନି । ଏବେ ପୋଲିସ ଜଣେ କର୍ପୋରେଟରଙ୍କ ସହ ଜଣେ ଛାତ୍ର ନେତାଙ୍କୁ ମିଶାଇ ୮ ଜଣଙ୍କୁ ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ରବିବାର ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଇ ପୋଲିସ ମଧ୍ୟ ଜେରା କରୁଛି । ଜାତୀୟ ରାଜପଥରେ ଲାଗିଥିବା CCTVର ମଧ୍ୟ ଯାଞ୍ଚ କରାଯାଉଛି ।
ପୀତବାସଙ୍କ ହତ୍ୟାର ଛାନଭିନ୍ କରୁଥିବା ବ୍ରହ୍ମପୁର ପୋଲିସ ୫ ରାଜ୍ୟରେ ଚଢ଼ାଉ କରିଥିଲା । ବିହାର ସହ ଦିଲ୍ଲୀ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରେଡ୍ କରିଥିଲା ବ୍ରହ୍ମପୁର ପୋଲିସ । ଆଉ ଏସବୁ ରାଜ୍ୟରେ ରେଡ୍ ପରେ ପୋଲିସ ୮ରୁ ୧୦ ଜଣଙ୍କୁ ଉଠାଇ ଆଣି ପଚରାଉଚରା ଜାରି ରଖିଛି ।
ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ମାମଲାରେ ପୋଲିସ ହାତରେ ବଡ଼ ସୁରାକ୍ ଲାଗିଛି । ଅପରାଧର ମୋଟିଭ୍ ମଧ୍ୟ ପୋଲିସ ପାଇଥିବା କୁହାଯାଉଛି । ପୂର୍ବ ଶତ୍ରୁତା ସହ ଜମିଜମା ବିବାଦ, ବାଲିଘାଟ ବିବାଦ ଏମିତି ଏକାଧିକ କାରଣ ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ହେଉଛି ।

Related Topics
Explore more stories