Affordable House For Rent / ସହରରେ ଆଉ ରହିବନି ଘର ଭଡ଼ା ଟେନସନ, ଭଡ଼ାରେ ଘର ଦେବେ ସରକାର
·7 months ago·2 min read

Key Points
ସହରରେ ଆଉ ରହିବନି ଘର ଭଡ଼ା ଟେନସନ
ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର
ସୁଲଭ ମୂଲ୍ୟରେ ଭଡ଼ା ଘର ଯୋଗାଇ ଦେବେ ସରକାର
ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର
ସୁଲଭ ମୂଲ୍ୟରେ ଭଡ଼ା ଘର ଯୋଗାଇ ଦେବେ ସରକାର
ଭୁବନେଶ୍ୱର: ସହରରେ ଆଉ ରହିବନି ଘର ଭଡ଼ା ଟେନସନ । ଏଣିକି ସହରୀ ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅବ୍ୟବହୃତ ଘର ଗୁଡ଼ିକୁ ଭଡ଼ା ସୂତ୍ରରେ ଦିଆଯିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ମାଧ୍ୟମରେ ସୁଲଭ ମୂଲ୍ୟରେ ଭଡ଼ା ଘର ଯୋଗାଇ ଦେବେ ସରକାର ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ରାଜ୍ୟର ବିଭିନ୍ନ ସହରରେ ଥିବା ଅବ୍ୟବହୃତ ସରକାରୀ ଘର ଗୁଡ଼ିକୁ ଚିହ୍ନଟ କରିବା ପାଇଁ ଗୃହ ବିଭାଗ, କୃଷି, ଶକ୍ତି, ଅର୍ଥ, ଖାଦ୍ୟ ଯୋଗାଣ, ମହିଳା ଓ ଶିଶୁ କଲ୍ୟାଣ, ପଞ୍ଚାୟତିରାଜ, ଅନୁସୂଚିତ ଜାତି ଓ ଜନଜାତି, ସ୍ୱାସ୍ଥ୍ୟ ଏବଂ ସମବାୟ ବିଭାଗକୁ ଚିଠି ଲେଖିଛନ୍ତି ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ।
ଯେଉଁ ମାନେ ସହରାଞ୍ଚଳରେ ନିଜର ଘର ତିଆରି କରିବା ପାଇଁ ସକ୍ଷମ ନୁହନ୍ତି । ବିଶେଷ କରି ପ୍ରବାସୀ ସହରୀ ଗରିବ, ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀ, କର୍ମଜୀବୀ ମହିଳା ମାନଙ୍କୁ ସରକାର ଭଡ଼ାରେ ଘର ଦେବେ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ର ଅପରେସନଆଲ ଗାଇଡ ଲାଇନ ଅନୁଯାୟୀ 2ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଘର ମିଳିବ । ମଡେଲ ନମ୍ବର ୧ରେ ସରକାରଙ୍କ ଅଧୀନରେ ଥିବା ଖାଲି ଘର ଏବଂ ବିଲଡିଙ୍ଗ ଗୁଡ଼ିକୁ ପିପିପି ମୋଡରେ କିମ୍ବା ପବ୍ଲିକ ଏଜେନ୍ସି ମାଧ୍ୟମରେ ସୁଲଭ ମୂଲ୍ୟ ଭଡ଼ା ଘର ଭାବେ ରୂପାନ୍ତରିତ କରାଯିବ । ଆଉ ମଡେଲ ନମ୍ବର ୨ରେ ବେସରକାରୀ ସଂସ୍ଥା ମାନେ ଘର ତିଆରି କରି ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ଭଡ଼ାରେ ଦେଇପାରିବେ।
ପଢ଼ନ୍ତୁ ଏହି ଖବର: ପୁରୀରେ ଭାରତୀୟ ମଜଦୂର ସଂଘର ସର୍ବଭାରତୀୟ ସମ୍ମିଳନୀ ଉଦଘାଟନ କରିଛନ୍ତି ଶ୍ରମ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ
ସରକାରଙ୍କ ଏହି ନିସ୍ପତିକୁ ସ୍ଵାଗତ କରିଛନ୍ତି ସାଧାରଣ ଲୋକେ। ଏହି ସେବାକୁ କେବଳ ଗରିବ ଲୋକଙ୍କ ଭିତରେ ସୀମିତ ରଖାଯାଉ ଆଉ ପୂର୍ବଭଳି ବଡ ବଡିଆ କିମ୍ବା ରାଜନେତା ଙ୍କ ହାତକୁ ନ ଟେକାଯାଉ। ଖାସ କରି ବର୍ତମାନ ସୁଧା ରାଜ୍ୟର ଅନେକ ସରକାରୀ କ୍ଵାଟର ଗୁଡିକୁ ଅନେକ କ୍ଷମତା ଶାଳି ଲୋକମାନେ ମାଡି ବସି ରଖିଛନ୍ତି ପ୍ରଥମେ ସେମାନଙ୍କୁ ଚିହ୍ନଟ କରି ହଟାଯାଉ ବୋଲି ଅନୁରୋଧ କରିଛନ୍ତି ସାଧାରଣ ଲୋକେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏବେ ସାରା ରାଜ୍ୟରେ ଖାଲି ପଡ଼ିଛି ଅନେକ ସରକାରୀ କ୍ବାର୍ଟର। କିଛି ବ୍ୟକ୍ତି ଯୋର ଜବରଦସ୍ତ ସରକାରୀ କ୍ବାର୍ଟରକୁ ମାଡ଼ି ବସିଛନ୍ତି। ଅନ୍ୟପଟେ ଶତାଧିକ ସରକାରୀ କ୍ବାର୍ଟର ଭୁତ କୋଠି ହୋଇ ପଡ଼ି ରହିଛି।
Related Topics
Explore more stories