Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତିରୁ କୋଇଲା ଗୁଣ୍ଡ ତଳେ ଚାପି ହୋଇ ରହିଛନ୍ତି ୩ ଶ୍ରମିକ, ଚାଲିଛି ଉଦ୍ଧାର କାର୍ଯ୍ୟ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରାତିରୁ କୋଇଲା ଗୁଣ୍ଡ ତଳେ ଚାପି ହୋଇ ରହିଛନ୍ତି ୩ ଶ୍ରମିକ, ଚାଲିଛି ଉଦ୍ଧାର କାର୍ଯ୍ୟ

Key Points

ଡାଲମିଆ ସିମେଣ୍ଟ କାରଖାନାରେ ଅଘଟଣ

କୋଇଲା ହପ୍ପର ଭୁଶୁଡ଼ି ଚାପି ହୋଇଗଲେ ଶ୍ରମିକ

୧୨ ଘଣ୍ଟା ପରେ ବି ଶ୍ରମିକ ନିଖୋଜ, ଉଦ୍ଧାର ଜାରି

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଗୁରୁବାର ସନ୍ଧ୍ୟାରେ ଷ୍ଟକ୍ ରଖା ଯାଉଥିବା କୋଇଲା ହପ୍ପର ଭୁଶୁଡ଼ି ପଡ଼ିଥିଲା । ଫଳରେ ୩ରୁ ୪ ଜଣ ଶ୍ରମିକ କ୍ଵିଣ୍ଟାଲ୍ କ୍ଵିଣ୍ଟାଲ କୋଇଲା ଗୁଣ୍ଡ ତଳେ ଚାପି ହୋଇ ଯାଇଥିଲେ ।


ଗୁରୁବାର ସନ୍ଧ୍ୟାରେ ୩ ଶ୍ରମିକଙ୍କ ମୋବାଇଲ୍ ସ୍ଵିଚ୍ ଅଫ୍ ଥିବା ଜଣାପଡ଼ିଥିଲା । ଏହା ପରେ ଦୁର୍ଘଟଣା ସାମ୍ନାକୁ ଆସିଥିଲା । କାରଖାନା ପରିସରରେ ଉଦ୍ଧାର କାର୍ଯ୍ୟ ରହିଥିବା କୁହାଯାଉଛି । ତେବେ ନିଖୋଜ ଥିବା ଶ୍ରମିକଙ୍କ ଅଭିଯୋଗ ହେଲେ, କମ୍ପାନୀ କର୍ତ୍ତୃପକ୍ଷ କୌଣସି ସୂଚନା ଦେଉ ନାହାନ୍ତି । ଏପରିକି ଦୁର୍ଘଟଣାକୁ ୧୨ ଘଣ୍ଟାରୁ ଅଧିକ ସମୟ ବିତିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଦୁର୍ଘଟଣା ନେଇ ମୁହଁ ଖୋଲୁ ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜଗାଙ୍ଗପୁର ତହସିଲଦାରଙ୍କ ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଉ ୩ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରିଛନ୍ତି ତହସିଲଦାର । ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Sponsored
After 12 Hours 3 Workers Still Missing On Dalmia Cement Factory | Argus News