Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - BNS ଧାରା ୧୬୩ର ଉଲ୍ଲଂଘନ: କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ

Odisha

BNS ଧାରା ୧୬୩ର ଉଲ୍ଲଂଘନ: କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ

Sushanta Sahoo
Browse all articles by Sushanta Sahoo
·1 year ago·1 min read
BNS ଧାରା ୧୬୩ର ଉଲ୍ଲଂଘନ: କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ଵର: ୧୦ ଦିନ ଗୃହକୁ ଚଳାଇ ଦେଲେନି, ଏବେ ନିଲମ୍ବିତ ପରେ ବାଚସ୍ପତିଙ୍କ ନିର୍ଦ୍ଦେଶ ବି ମାନୁ ନାହାନ୍ତି କଂଗ୍ରେସ । ନିଲମ୍ବନ ପରେ କଂଗ୍ରେସର ୧୨ ବିଧାୟକ ବିଧାନସଭା ଗୃହରୁ ବାହାରି ନଥିବା ବେଳେ ଅସ୍ଵାଭାବିକ ସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ବିଧାୟକ ଗୃହ ଭିତରେ ଧାରଣା ଦେଇଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି ।


ସୁରକ୍ଷାକର୍ମୀ ଲବି ଗେଟ୍ ବନ୍ଦ କରିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । କଂଗ୍ରେସର ୧୨ ବିଧାୟକଙ୍କୁ ଗୃହରୁ ୭ ଦିନ ଲାଗି ବାଚସ୍ପତି ନିଲମ୍ବିତ କରିଛନ୍ତି । ଗୃହରେ ବିଶୃଙ୍ଖଳିତ ଆଚରଣ ଲାଗି ବାଚସ୍ପତି, କଂଗ୍ରେସର ୧୨ ବିଧାୟକଙ୍କୁ ମଙ୍ଗଳବାର ଅପରାହ୍ଣରେ ନିଲମ୍ବିତ କରିଥିଲେ । ନିଲମ୍ବନ ପ୍ରତିବାଦରେ କଂଗ୍ରେସ ବିଧାୟକ ଗୃହରେ ଧାରଣା ଦେଇଛନ୍ତି ।


ବିଧାନସଭା ଭିତରେ କଂଗ୍ରେସ ବିଧାୟକ ଧାରଣା ଦେଇଥିବା ବେଳେ ଦଳର ଏକାଧିକ ବରିଷ୍ଠ ନେତା ବିଧାନସଭା ବାହାରେ ପହଞ୍ଚିଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ସହ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଶରତ ରାଉତ ପ୍ରମୁଖ ବିଧାନସଭା ଆଗରେ ପହଞ୍ଚିଛନ୍ତି । ବିଧାନସଭା ଭିତରକୁ ଯିବାକୁ ଅଡ଼ି ବସିଛନ୍ତି କଂଗ୍ରେସ ନେତା । ମୁହାଁମୁହି ସ୍ଥିତି ସୃଷ୍ଟି ହେବା ପରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି । ସୂଚନା ଯୋଗ୍ୟ, ବିଧାନସଭା ଅଧିବେଶନ ସମୟରେ ୧୬୩ ଧାରା ଜାରି କରାଯାଇ ଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
After 12 MLAS Suspended Congress Leader Creates Ruckus In Front Of Assembly | Argus News