Videos
|
Odisha

14 ବର୍ଷ ପରେ ପୁଣି ଲୋକସଭା ନିର୍ବାଚନ ଲଢିପାରନ୍ତି ଗୋବିନ୍ଦା

Smruti Parija
Browse all articles by Smruti Parija
·2 years ago·1 min read
14 ବର୍ଷ ପରେ ପୁଣି ଲୋକସଭା ନିର୍ବାଚନ ଲଢିପାରନ୍ତି ଗୋବିନ୍ଦା

ଅର୍ଗସ ବ୍ୟୁରୋ: ଶିବସେନାରେ ସାମିଲ ହୋଇଛନ୍ତି ଅଭିନେତା ଗୋବିନ୍ଦା । ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ଶିନ୍ଦେଙ୍କ ଦଳ ତାଙ୍କୁ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ଟିକେଟ୍‌ ଦେଇପାରେ ବୋଲି ଅନୁମାନ କରାଯାଉଛି। 

ମୁମ୍ବାଇବାସୀଙ୍କ ମଧ୍ୟରେ ଚିଚି ନାମରେ ଲୋକପ୍ରିୟ ବଲିଉଡ୍ ଅଭିନେତା ଗୋବିନ୍ଦା । ସେ ଶିନ୍ଦେଙ୍କ ପାର୍ଟିରେ ସାମିଲ ହେବା ପରେ ତାଙ୍କର ନିର୍ବାଚନ ଲଢିବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଶିନ୍ଦେଙ୍କ ଦଳ ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ ଓ୍ବେଷ୍ଟ ଲୋକସଭା ସିଟରୁ ନିର୍ବାଚନ ପାଇଁ ମଇଦାନକୁ ଆଣିପାରେ । ଏହି ସିଟରୁ ଉଦ୍ଧବ ଠାକରେଙ୍କ ତରଫରୁ ଅମୋଲ କିର୍ତ୍ତିକରଙ୍କୁ ପ୍ରାର୍ଥୀ କରାଯାଇଛି ।

ଗୋବିନ୍ଦାଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ନୁହେଁ । ଏହା ପୂର୍ବରୁ ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ରହିସାରିଛନ୍ତି । ସେବେ ସେ କଂଗ୍ରେସ ପାର୍ଟିରୁ ନିର୍ବାଚନ ଲଢିଥିଲେ । ସେହି ସମୟରେ ଗୋବିନ୍ଦା ମୁମ୍ବାଇ ନର୍ଥରୁ ସାଂସଦ ଚୟନ ହୋଇଥିଲେ । ସେବେ ସେ ବିଜେପିରୁ ରାମ ନାଇକଙ୍କୁ ନିର୍ବାଚନରେ ହରାଇଥିଲେ ।

ଗୋବିନ୍ଦା ନିଜ କ୍ୟାରିୟରରେ ୧୬୫ ରୁ ଅଧିକ ବଲିଉଡ ଫିଲ୍ମରେ କାମ କରିଛନ୍ତି । ସେ ରାଜା ବାବୁ, କୁଲି ନମ୍ବର ଓ୍ବାନ୍, ହିରୋ ନମ୍ବର ଓ୍ବାନ୍, ବଡେ ମିଆଁ ଛୋଟେ ମିଆଁ, ଭାଗମଭାଗ, ପାର୍ଟନର ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ଅଭିନୟ ସହିତ ନିଜ ଦମଦାର ଡ୍ୟାନ୍ସ ପାଇଁ ମଧ୍ୟ ବେଶ୍ ପ୍ରଶଂସା ସାଉଁଟିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

After 14 years, Govinda may contest Lok Sabha elections again | Argus News