Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହତ୍ୟା ଘଟଣାରେ 10 ଜଣ ନିର୍ଦ୍ଦୋଷରେ ଖଲାସ, 2 ଜଣଙ୍କର ହୋଇସାରିଛି ମୃତ୍ୟୁ

Odisha

ହତ୍ୟା ଘଟଣାରେ 10 ଜଣ ନିର୍ଦ୍ଦୋଷରେ ଖଲାସ, 2 ଜଣଙ୍କର ହୋଇସାରିଛି ମୃତ୍ୟୁ

Smruti Parija
Browse all articles by Smruti Parija
·2 years ago·1 min read
ହତ୍ୟା ଘଟଣାରେ 10 ଜଣ ନିର୍ଦ୍ଦୋଷରେ ଖଲାସ,  2 ଜଣଙ୍କର ହୋଇସାରିଛି ମୃତ୍ୟୁ

ନୟାଗଡ: ୨୦୦୨ ମସିହାରେ ନୟାଗଡ଼ ଜିଲ୍ଲା କେଶପାନିଆ ଗାଁରେ ମଦନ ନାୟକଙ୍କୁ ହତ୍ୟା ମାମଲା l 22 ବର୍ଷ ପରେ ଆସିଲା ବଡ଼ ରାୟ । ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ 10 ହଜାର ଲେଖାଏ ଜୋରିମାନା ଏବଂ ଜରିମାନା ଅନାଦେୟ ଅଧିକ 6 ମାସ ଜେଲ ଦଣ୍ଡ ଦେଲେ ଓଡଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ । ଏହି ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରୋସକ୍ୟୁଟର ଇନ୍ଦୁ ଭୂଷଣ ମିଶ୍ର ପରିଚାଳନା କରୁଥିଲେ । 

୨୦୦୨ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା କେଶପାନିଆରେ ହୋଇଥିଲା ହତ୍ୟାକାଣ୍ଡ । ସୂଚନା ଅନୁଯାୟୀ, ପୂର୍ବ  ଶତ୍ରୁତାକୁ କେନ୍ଦ୍ର କରି ମଦନ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏଥିରେ 18 ଜଣ ଅଭିଯୁକ୍ତ ସାମିଲ ଥିଲେ । ଠେଙ୍ଗା କଟୁରୀ ଆଦି ମାରଣାସ୍ତ୍ରରେ ହତ୍ୟା କରିଥିଲେ । ଏହି ସମୟରେ ମଦନକୁ ଉଦ୍ଧାର କରିବାକୁ ଆସିଥିବା ଏକାଧିକ ବ୍ୟକ୍ତି ମଧ୍ୟ ବୋମା ଓ ପଥର ମାଡ଼ରେ ଗୁରୁତର ଆହତ ହୋଇଥିଲେ ।

ଘଟଣାରେ 10 ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ 6 ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ହତ୍ୟାକାଣ୍ଡ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ତଦନ୍ତ କରି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Argus Whatsapp Channel Mobile Top
Sponsored
after ---22 years-of-murder-6 persons sentenced to life imprisonment | Argus News