Videos
|
Odisha

୨୫ ବର୍ଷ ପରେ ବିରୋଧୀ ଦଳ ନେତା ଆସନରେ ବସିଲେ ନବୀନ ପଟ୍ଟନାୟକ

Banajyotshna Ray
Browse all articles by Banajyotshna Ray
·2 years ago·2 min read
୨୫ ବର୍ଷ ପରେ ବିରୋଧୀ ଦଳ ନେତା ଆସନରେ ବସିଲେ ନବୀନ ପଟ୍ଟନାୟକ

ଅର୍ଗସ ବ୍ୟୁରୋ:  ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବଜେଟ ଅଧିବେଶନ। ହେଲେ ମାତ୍ର ଦେଢ  ମିନିଟ ପରେ  ରାଜ୍ୟପାଳଙ୍କ ଅଭିଭାଷଣକୁ ବୟକଟ କରି କକ୍ଷତ୍ୟାଗ କଲେ ବିରୋଧୀ। ଗୃହ ବାହାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଭିଯାଗ କଲେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୂଷୁଡି ପଡିଛି। ନବୀନ ନିଜ ସରକାର ଅମଳରେ ମନ୍ତ୍ରୀ ବିଧାୟକଙ୍କ ନାଁରେ ଅଭିଯୋଗ ଆସିଲେ ତୁରନ୍ତ ଆକ୍ସନ କରୁଥିଲେ ବୋଲି ବାହାସ୍ପୋଟ ବି ମାରିଲେ। ନବୀନଙ୍କ ଏ ମନ୍ତବ୍ୟର କଡା ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ।

ନବୀନଙ୍କ  ଆଇନ ଶୃଙ୍ଖଳା  ମନ୍ତବ୍ୟକୁ କିନ୍ତୁ ସାଧାରଣ ଲୋକେ ହଜମ କରିପାରୁନାହାଁନ୍ତି । 25 ବର୍ଷ ଶାସନ ଭିତରେ ନେତା - ମନ୍ତ୍ରୀ  କିପରି  ଆଇନକୁ ହାତକୁ ନେଉଥିଲେ ତାର ଉଦାହରଣ ରଖି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକ  । ମାହାଙ୍ଗାରେ ଡବଲ ମର୍ଡର ମାମଲାରେ ମୁଦାଲା ନମ୍ବର 13 ଥିଲେ ପ୍ରତାପ ଜେନା । ପରେ ଅଭିଯୁକ୍ତ କାବୁଲାର ସନ୍ଦେହ ଜନକ ମୃତ୍ୟୁ ପଛରେ ବି  ଆସିଥିଲା ପ୍ରତାପଙ୍କ ସଂପୃକ୍ତି ଅଭିଯୋଗ। ହେଲେ ଆକ୍ନନ ତ ଦୁର କଥା ଶାସନ କଳକୁ ବ୍ୟବହାର କରି ନବୀନ ପ୍ରତାପଙ୍କୁ ସୁରକ୍ଷା ଦେଇବାର ଆସିଥିଲା ସଂଙ୍ଗୀନ ଅଭିଯୋଗ । ସେହିପରି ମମିତା ମେହର ମର୍ଡର ଓ ପରେ  ଜେଲ ଭିତରେ ଅଭିଯୁକ୍ତ ଗୋବିନ୍ଦର ମୃତ୍ୟୁ ପଛରେ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ପ୍ରତି ନବୀନ ଆଖି ବୁଜିଦେଇଥିବା ଅଭିଯୋଗ ଆସିଥିଲା । ପରୀ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଅରୁଣ ସାହୁ ସୁରକ୍ଷା ଦେବାର ସଂଙ୍ଗୀନ ଅଭିଯୋଗ ପରେ ଚୁପ ଥିଲେ ନବୀନ । ଶ୍ରମମନ୍ତ୍ରୀ ଥିବା ବେଳେ ଶ୍ରୀକାନ୍ତ ସାହୁ ନିଜ ଦଳର ନାରୀନେତ୍ରୀଙ୍କ ପ୍ରତି ବ୍ୟଭିଚାର ଅଭିଯୋଗର ନୀରବ ଦ୍ରଷ୍ଟା ସାଜିଥିଲେ ନବୀନ । ଯୌନ ଶୋଷଣ ଅଭିଯୋଗ ଥାଇ ବି ବିଧାୟକ ବିଜୟଶଙ୍କର ଦାସଙ୍କ ଉପରେ ହେଉନଥିଲା ଆକ୍ସନ ।

ଆଠଗଡରେ ଚାଷୀଙ୍କ ରୁଣ ଟଙ୍କା ହଡପରେ  ରଣେନ୍ଦ୍ର ପ୍ରତାପ ସ୍ବାଇଁଁ ସଂପୃକ୍ତି ଅଭିଯୋଗକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇଥିଲେ ବି ନିଦା ବିଷ୍ଣୁ ସାଜିଥିଲେ ନବୀନ ।ଭେଡନ ଥାନା ଭିତରେ ପଶି ପୋଲିସକୁ ମାଡ ମାରିବା ସହ ଭଙ୍ଗାରୁଜା କରିବାର ସଂଙ୍ଗୀନ ଅଭିଯୋଗ ଥିଲା ସୁଶାନ୍ତ ସିଂଙ୍କ ସମର୍ଥକଙ୍କ ନାଁରେ ହେଲେ ନବୀନ ସବୁ ଜାଣି ଚୁପ ରହିଲେ । ବିଜେଡି ଅମଳରେ ଦାଗି ଓ ବଦନାମ ନେତାଙ୍କୁ ନବୀନ ଘଣ୍ଟ ଘୋଡାଇବାର ଅଭିଯୋଗ ବେଶ ଲମ୍ବା।    25 ବର୍ଷରେ ଆଇନ ଶୃଙ୍ଖଳା ଠିକ ଥିଲା ଆଉ ଏବେ ଦେଢମାସରେ ବିଗିଡିଗଲା ବୋଲି ନବୀନଙ୍କ ପ୍ରଶ୍ନ ପଚାରୁଛନ୍ତି ସାଧାରଣ ଲୋକେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: