Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଷ୍ଟାଦଶ ଲୋକସଭାରେ ଶୁଭିବନି ବିଜେଡି ସ୍ବର

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଅଷ୍ଟାଦଶ ଲୋକସଭାରେ ଶୁଭିବନି ବିଜେଡି ସ୍ବର

Key Points

  • ବୁଡିଯିବ କି ବିଜେଡି ?
  • ଓଡିଶାରେ ଭାଙ୍ଗିଯିବ କି ବିଜେଡି ଦଳ ?
  • ହଜିଯିବେ କି ବିଜେଡିର ବରିଷ୍ଠ ନେତା
  • ଆଉ ଲୋକସଭାରେ ଶୁଭିବନି ବିଜେଡି ସ୍ବର
  • ଦୀର୍ଘ ୨୬ ବର୍ଷ ପରେ ଲୋକସଭାରେ ବିଜେଡି ଶୂନ

ଅର୍ଗସ ବ୍ୟୁରୋ : ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେଡି ଦଳର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ସ୍ଥିତିରେ । ଏକଥା ଆମେ କହୁନୁ ବରଂ ନବୀନଙ୍କର ଏପରି କିଛି ବୟାନ ପରେ ଚର୍ଚ୍ଚା ଲାଗି ରହିଛି । ଏବେ ନବୀନ ନିଜେ ବିଜେଡିର ନେତାମାନଙ୍କୁ ଏକାଠି ରହି କାମ କରିବାକୁ ଆହ୍ବାନ ଦେଉଛନ୍ତି । ଏବେ ବିଜେଡିକୁ ଏକାଠି କରିବା ଚିନ୍ତା ନବୀନଙ୍କୁ ଘାରିଛି । ଦିନ ଥିଲା ନବୀନଙ୍କ ଚାରିପାଖେ ଘୁରୁଥିଲେ ବିଜେଡି ନେତା । ହେଲେ ଦୀର୍ଘ ୨୭ ବର୍ଷର ଦଳକୁ ଏକାଠି ରଖି ନବୀନଙ୍କୁ କସରତ କରିବାକୁ ପଡୁଛି । 

ଅଧିକ ପଢନ୍ତୁ : ଦଳକୁ ଏକାଠି ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ

୧୯୯୮ରୁ ଲୋକସଭାରେ ନିଜର ପତିଆରା ଜାହିର କରୁଥିବା ବିଜେଡି ଦଳର ଏଥର ଖାତା ଖୋଲିନଥିବା ଦେଖିବାକୁ ମିଳିଛି । ଆସନ୍ତା ୨୪ରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିରେ ଓଡିଶାର ୨୧ଟି ଲୋକସଭାରୁ ନିର୍ବାଚିତ ସାଂସଦ ମାନଙ୍କ ମଧ୍ୟରୁ ୨୦ ଜଣ ବିଜେପିର ଏବଂ କଂଗ୍ରେସର ଜଣେ ସାଂସଦ ଶପଥ ଗ୍ରହଣ କରିବେ । ଦୀର୍ଘ ୨୬ ବର୍ଷ ପରେ ଲୋକସଭାରେ ଶୁଭିବନି ବିଜେଡିର ସ୍ବର । ଏପରି ସ୍ଥିତିରେ ବିଜେଡି ଦଳ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି ବୋଲି ନେଇ ଚର୍ଚ୍ଚା ଜୋର ଧରିଛି । ସପଟେ ଅନେକ ବିଶେଷଜ୍ଞଙ୍କ ପୂର୍ବରୁ ଆକଳନ କରିଛନ୍ତି, କ୍ଷମତାରୁ ଗଲେ ବିଜେଡିର ସତ୍ତା ହଜିଯିବ । ଏବଂ ସେପଟେ ମାତ୍ର କ୍ଷମତାରୁ ଯିବାର ୧୭ ଦିନ ହୋଇନି ନେତାମାନଙ୍କୁ ଏକାଠି କରିବାରେ ବ୍ୟସ୍ତ ବିରୋଧୀ ଦଳର ନେତା ନବୀନ । ତେବେ ଆଗାମୀ ଦିନରେ ଦଳର ଅବସ୍ଥା କିପରି ରହିବ, ଦଳକୁ ବାନ୍ଧି ରଖିପାରିବେ କି ନବୀନ ବୋଲି ସାଧାରଣରେ ଚର୍ଚ୍ଚା ଲାଗି ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
After 26 long years, BJD is zero in the Lok Sabha | Argus News