Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୮ ବର୍ଷ ପରେ ଚାଲିଗଲା ଶୁଆ, ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
୨୮ ବର୍ଷ ପରେ ଚାଲିଗଲା ଶୁଆ, ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ

ସୁନ୍ଦରଗଡ : ଦିନେ ଏମିତି କାନ୍ଧରେ ବୁଲୁଥିଲା...ମିଟୁ ମିଟୁ କହି ଘରଟାକୁ ଉଠାଉଥିଲା ପକାଉଥିଲା । ଶ୍ରଦ୍ଧାରେ ଶୁଆର ନାଁ ଦେଇଥିଲେ କୁନୁ । କୁନୁ ବି ଶ୍ରଦ୍ଧା ଓ ପ୍ରେମରେ ପରିବାରଟାକୁ ଏମିତି ବାନ୍ଧିଥିଲା ଯେ ଶୁଆ ନୁହେଁ ବରଂ ଘରର ପାଲିଟିଥିଲା ପୁଅ । ସକାଳୁ ସଞ୍ଜ ଯାଏ ତା ସୁନ୍ଦର ଡାକରେ ସମସ୍ତଙ୍କୁ ମମତାର ବନ୍ଧନରେ ବାନ୍ଧିଦେଇଥିଲା । ହେଲେ ଆଜି ତା'ର ମିଟୁ ଡାକ ଆଉ ଶୁଣିବାକୁ ମିଳିବନି କି ତା'କୁ ଦେଖିବାକୁ ମିଳିବନି । କାରଣ ୨୮ ବର୍ଷ ମୋହ ମମତା ତୁଟାଇ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି କୁନୁ । କୁନୁ ଆଖି ବୁଜିବା ପରେ ହିନ୍ଦୁ ଧର୍ମ ଅନୁସାରେ ଦାହ ସଂସ୍କାର କରାଯିବା ସହିତ ରାତିନୀତିରେ ହେଉଛି କାମ ।

ଏ ଦୃଶ୍ୟ ଦେଖିବା ପରେ ଆପଣ ବି କହିପାରିବେ ଏଠି ମଣିଷ କେବଳ ମଣିଷ ପାଇଁ କାନ୍ଦେନି, ମଣିଷର ପଶୁପକ୍ଷୀ ସହ ମଧ୍ୟ ଏମିତି ସମ୍ପର୍କ ଗଢିଉଠେ, ଯାହାକୁ ହରାଇ ସେ ଖୁବ ଭାଙ୍ଗିପଡେ । ଖୁବ କାନ୍ଦେ । ଦୀର୍ଘ ୨୮ ବର୍ଷର ସମ୍ପର୍କ ଯେବେ ଭାଙ୍ଗିଯିବ ସେତେବେଳେ ମଣିଷ କାନ୍ଦିବନି ତ କରିବ କଣ ? କେମିତି ଦୁଃଖୀ ନହେବ କୁହନ୍ତୁ ତ... ଏ ଯେ କେବଳ ଶୁଆ ନଥିଲା, ଏ ଥିଲା ଏ ପରିବାରର ଏକ ସଦସ୍ୟ  । ଯିଏ ପରିବାର ଲୋକଙ୍କ ସହ ବସୁଥିଲା, ତାଙ୍କ ସହ ସାଙ୍ଗ ହୋଇ ଚା ପିଉଥିଲା, ଖାଉଥିଲା , ସବୁକିଛି କରୁଥିଲା । ଯେମିତି ପରିବାର ଲୋକଙ୍କ ସହ ଏକଦମ ମିଶି ଯାଇଥିଲା । ହେଲେ ତାର ମୃତ୍ୟୁ ପରେ ପୁରା ଭାଙ୍ଗି ପଡିଛନ୍ତି ପରିବାର । ଠିକ ମଣିଷର ମୃତ୍ୟୁପରେ ଯେମିତି ଶୁଦ୍ଧିକ୍ରିୟା କରାଯାଏ , ସେମିତି ହିଁ ସମ୍ପୁର୍ଣ୍ଣ ରୀତିନୀତି ଅନୁଯାୟୀ ଏହି ଶୁଆର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ ।
ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ସହରର ଜଗନ୍ନାଥ ମନ୍ଦିରର ପୁଜକ ବିଶ୍ଵଜିତ ପୁଝାରୀଙ୍କ ଘରେ । ୧୯୯୬ ମସିହାରୁ ତାଙ୍କ ଘରକୁ ଏକ ଶୁଆ ଉଡି ଆସିଥିଲା । ସେବେଠୁ ସେ ଏହି ପରିବାରରେ ରହି ଯାଇଥିଲା । ବିଶ୍ବଜିତଙ୍କ ପରିବାର ଲୋକେ ତାକୁ ଖୁବ ଶ୍ରଦ୍ଧା କରୁଥିଲେ । ତାର ନାଁ ଦେଇଥିଲେ କୁନୁ । କୁନୁ ପରିବାରର ସମସ୍ତଙ୍କୁ ଭଲ ପାଉଥିଲା । ସେମାନଙ୍କ ସହ ମିଶି ଚା ପିଉଥିଲା, ଖାଉଥିଲା, ସବୁକିଛି କରୁଥିଲା । ହେଲେ ହଠାତ ୨୮ ବର୍ଷ ପରେ ତାର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିଲେନି ପରିବାର ଲୋକେ । ଯେହେତୁ ତାକୁ ପରିବାରର ସଦସ୍ୟ ବୋଲି ଭାବୁଥିଲେ, ସମ୍ପୁର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ତାର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ ।

ମଣିଷ ଏବଂ ପଶୁପକ୍ଷୀ ଭିତରେ କିପରି ନିବିଡ ସଂପର୍କ ତିଆରି ହୁଏ ତାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ଏହି ବିଶ୍ବଜିତଙ୍କ ପରିବାର । ଶୁଅ। ଯେ କେବଳ ପକ୍ଷୀ ନୁହେଁ ବରଂ ସେ ହେଉଛନ୍ତି ବ୍ୟାସଦେବଙ୍କ ପୁଅ। ଏଣୁ ଏହି ଶୁଅ।ର ମୃତ୍ୟୂ ପରେ ଯେଭଳି ଭାବରେ ହିନ୍ଦୁରିତୀ ନିତୀ ଅନୁସାରେ ଶୁଅ।ର ଅନ୍ତିମ ସଂସ୍କାର କରାଯିବା ସହ ଅସ୍ଥି ବିସର୍ଜନ ଓ ଏକାଦଶାହ ପାଳନ କରାଯାଉଛି ନିଶ୍ଚିତ ଭାବେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ କହିଛନ୍ତି ପଡୋଶୀ । କୁନୁର ଜୀବନ ଚାଲିଯାଇଛି ସତ ମାତ୍ର ବିଶ୍ଵଜିତଙ୍କ ପରିବାର ଯେଭଳି ଭାବରେ ଏହି କୁନୁକୁ ଶେଷ ବିଦାୟ ଦେଇଛନ୍ତି ତାହା ସବୁଦିନ ପାଇଁ ଏହି ପରିବାର ପାଇଁ ଏକ ସ୍ମୃତି ପାଲଟିବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
After 28 years, parrot left the family | Argus News