Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୪ ଦିନ ପରେ ଆନ୍ଦୋଳନରୁ ଓହରିଲେ ନର୍ସିଂ ସଂଘ

Odisha

୪ ଦିନ ପରେ ଆନ୍ଦୋଳନରୁ ଓହରିଲେ ନର୍ସିଂ ସଂଘ

Swayangprajna Mishra
Browse all articles by Swayangprajna Mishra
·1 year ago
୪ ଦିନ ପରେ ଆନ୍ଦୋଳନରୁ ଓହରିଲେ ନର୍ସିଂ ସଂଘ

ଅର୍ଗସ ବ୍ୟୁରୋ : ୪ ଦିନ ପରେ ଆନ୍ଦୋଳନରୁ ଓହରିଲେ ନର୍ସିଂ ସଂଘ। ଶନିବାର ରାତି ୧୧ଟା ୩୦ରେ ଆନ୍ଦୋଳନ ପ୍ରତ୍ୟାହାର କରି ରାଜ୍ୟର ସମସ୍ତ ନର୍ସ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଫଳପ୍ରଦ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲା ନର୍ସିଂ ସଂଘ। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ନର୍ସିଂ ଅଫିସର ସଂଘର ସାଧାରଣ ସମ୍ପାଦକ ଅଶ୍ବିନୀ ଦାସ। ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଛି ।

ଅଧିକ ପଢନ୍ତୁ : ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ

ସେମାନଙ୍କୁ ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି । ସେମାନଙ୍କର ଦାବି ଉପରେ ତଜର୍ମା ପାଇଁ ଅନ୍ତବିଭାଗୀୟ କମିଟି ଗଠନ ହୋଇଛି ବୋଲି ସେ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After 4 days, the nursing union withdrew from the movement | Argus News