Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୪୮ବର୍ଷ ପରେ ଜଗାର ଦୁର୍ମୁଲ୍ୟ ରତ୍ନ ଅଳଙ୍କାରର ଗଣତି ହେବ

Odisha

୪୮ବର୍ଷ ପରେ ଜଗାର ଦୁର୍ମୁଲ୍ୟ ରତ୍ନ ଅଳଙ୍କାରର ଗଣତି ହେବ

Ritu Das
Browse all articles by Ritu Das
·1 year ago·2 min read
୪୮ବର୍ଷ ପରେ ଜଗାର ଦୁର୍ମୁଲ୍ୟ ରତ୍ନ ଅଳଙ୍କାରର ଗଣତି ହେବ

ଅର୍ଗସ ବ୍ୟୁରୋ: ୪୮ ବର୍ଷ ପରେ ଜଗାର ଦୁର୍ମୁଲ୍ୟ ରତ୍ନ ଅଳଙ୍କାରର ଗଣତି ହେବ। ଏଥିପାଇଁ  16 ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ବୈଠକ ଆସନ୍ତା କାଲି ବସିବ। ଏଥିରେ ନିଷ୍ପତ୍ତି ହେବ କେବେ ଖୋଲିବ ରତ୍ନଭଣ୍ଡାର। କମିଟିରେ ଦଇତାପତି ନିଯୋଗ ସଭାପତିଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୂର୍ବତନ ଆଇଏସ, ଆଇପିଏସ ପ୍ରମୁଖ ଅଛନ୍ତି। ସବୁ ବର୍ଗର ଲୋକ ସ୍ଥାନ ପାଇଛନ୍ତି। କମିଟିର ଅଧ୍ୟକ୍ଷ କହିଛନ୍ତି ମହାପ୍ରଭୁଙ୍କ ଇଛାରେ ତାଙ୍କୁ ଏହି ଦାୟିତ୍ବ ମିଳିଛି।

1985ରେ ଶେଷଥର ପାଇଁ ରତ୍ନ ଭଣ୍ଡାର ଖୋଲିଥିଲା। ହେଲେ ଶେଷଥର ପାଇଁ ଗଣତି ହୋଇଥିଲା 1978 ମସିହାରେ। ଅର୍ଥାତ 45 ବର୍ଷ ପରେ ପୁଣିଥରେ ଗଣିତି ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥର ନିର୍ବାଚନରେ ରତ୍ନଭଣ୍ଡାରରୁ ରତ୍ନଚୋରି ଥିଲା ପ୍ରମୁଖ ପ୍ରସଙ୍ଗ। ଏପରିକି ନିର୍ବାଚନୀ ସଭାରେ ଖୋଦ ପ୍ରଧାନମନ୍ତ୍ରୀ କହିଥିଲେ ଲୋକଙ୍କ ଅଭିଯୋଗ, ତାମିଲନାଡୁକୁ ଚାଲିଯାଇଛି ରତ୍ନ।

ଏବେ ନଜର ପକାନ୍ତୁ ଶେଷ ଥର ପାଇଁ  ଗଣତି ବେଳେ ରତ୍ନଭଣ୍ଡାରରେ ଥିବା ରତ୍ନର ହିସାବ ଉପରେ। ଭିତର ରତ୍ନ ଭଣ୍ଡାରରେ 367 ପ୍ରକାରର ସୁନା ଅଳଙ୍କାର ଅଛି। ଯାହାର ଓଜନ 4364 ଭରି। ସେହିପରି 231 ପ୍ରକାର ରୁପା ଅଳଙ୍କାର ଅଛି ଯାହାର ଓଜନ 14878 ଭରି।  ବିଧାନସଭାରେ  ତତ୍କାଳୀନ ଆଇନମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ ଭିତର ଓ ବାହାର ରତ୍ନଭଣ୍ଡାରକୁ ମିଶାଇ ମହାପ୍ରଭୁଙ୍କର 12831 ଭରି ଏକ ଅଣା ସୁନା ଅଳଙ୍କାର ଓ ମୁଲ୍ୟବାନ ପଥର ରହିଛି। ରୁପାବାସନ ଓ ପୁଜାସାମଗ୍ରୀ ଓ ଅନ୍ୟାନ ଜିନିଷକୁ ମିଶାଇ ଅଛି 22153 ଭରି।  

ଏହା ବାଦ 14 ଟି ସୁନା ଓ ରୁପା ଅଳଙ୍କାର ଓଜନ ହୋଇ ନ ଥିବାରୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇନି। ଶ୍ରୀମନ୍ଦିର ଆଇନ ଓ ରେକର୍ଡ ଅଫ ରାଇଟ ଅନୁସାରେ ପ୍ରତି ତିନି ବର୍ଷରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହେବା କଥା। ହେଲେ 45 ବର୍ଷ ହେଲା ଏହା ହୋଇନି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ 2018 ଏପ୍ରିଲ 4ରେ ରତ୍ନଭଣ୍ଡାର ଖୋଲିବା ପାଇଁ 17 ଜଣିଆ କମିଟି ଯିବା ବେଳେ ହଠାତ ଚାବି ହଜିଯାଇଥିବା କଥା ସାମନାକୁ ଆସିଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ନକଲି ଚାବି ମିଳିବା ଓ ଚାବି ହଜିବା ନେଇ କମିଶନ ଗଠନ ହେବା ଓ କମିଶନ ରିପୋର୍ଟ ସାର୍ବଜନୀନ ନ ହେବାକୁ ନେଇ ବିବାଦ ତିଆରି ହୋଇଥିଲା। ଏସବୁ ଭିତରେ ରତ୍ନଭଣ୍ଡାରରୁ ରତ୍ନ ଚୋରିର ସଙ୍ଗୀନ ଅଭିଯୋଗ ବି ଆସିଥିଲା। ଏବେ  45 ବର୍ଷ ପରେ ରତ୍ନ ଗଣତି ହେବା ନେଇ ସରକାରଙ୍କ ନିଷ୍ପତ୍ତି ପରେ ଖୁସିବ୍ୟକ୍ତ କରିଛନ୍ତି କମିଟି ସଦସ୍ୟ ଓ ସେବାୟତ। ସେପଟେ ପୂର୍ବସରକାର ଦ୍ବାରା ଗଠିତ କମିଟି ବଦଳରେ ନୂଆ ସରକାର ନୂଆ କମିଟି ଗଠନ କରିବାକୁ ନେଇ ବିଜେଡି ଆପତ୍ତି ଉଠାଇଥିବା ବେଳେ ଜବାବ ଦେଇଛନ୍ତି ଆଇନମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


 

Argus Whatsapp Channel Mobile Top
Sponsored
After 48 years, | Argus News