Videos
|
Odisha

ବାପାର ଭୂଜାଲି ଚୋଟରେ ଚାଲିଗଲା ପୁଅର ଜୀବନ

Ritu Das
Browse all articles by Ritu Das
·2 years ago
ବାପାର ଭୂଜାଲି ଚୋଟରେ ଚାଲିଗଲା ପୁଅର ଜୀବନ

ଅର୍ଗସ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି ବାପାର ଭୂଜାଲି ଚୋଟରେ ଚାଲିଗଲା ପୁଅର ଜୀବନ l ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମର ମାଧବାନନ୍ଦ ବାରିକ(୬୦) ଏବଂ ପୁଅ ଶଙ୍କର୍ଷଣ ବାରିକ(୪୦)ଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗିରହିଥିଲା ବେଳେ ଆଜି ଏହାର କରୁଣ ପରିଣତି ଦେଖିବାକୁ ମିଳିଛି l 

ସୂଚନା ଅନୁଯାୟୀ ପାରିବାରିକ କଳହକୁ ନେଇ ଆଜି ଉଭୟ ବାପା ପୁଅଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ଫଳରେ ବାପାର ଭୁଜାଲୀ ଚୋଟରେ ପୁଅ ଶଙ୍କର୍ଷଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ଗୁରୁତର ଅବସ୍ଥାରେ ବାପା ମାଧବାନନ୍ଦଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ବନ୍ତ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
after a | Argus News