Videos
|
Odisha

ଆାଉ କିଛି ଘଣ୍ଟାର ଅପେକ୍ଷା, ଶପଥ ନେବେ ମୋହନ ମାଝୀ

Manini Pattanayak
Browse all articles by Manini Pattanayak
·2 years ago·2 min read
ଆାଉ କିଛି ଘଣ୍ଟାର ଅପେକ୍ଷା, ଶପଥ ନେବେ ମୋହନ ମାଝୀ

ଭୁବନେଶ୍ୱର:  52 ବର୍ଷୀୟ ଆଦିବାସୀ ନେତା । ଶିଶୁ ମନ୍ଦିର ଗୁରୁଜୀରୁ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ସଦନ ଆସନରୁ 4 ଥର ବିଧାୟକ ମୋହନ ମାଝି।  ସବୁ କଳ୍ପନାଜଳ୍ପନାର  ଅନ୍ତ ଘଟାଇ  ଓଡ଼ିଶାର  ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ମାଝୀ।  ଆଜି ଅପରାହ୍ନ ୪.୪୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ  ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ।  ।  

ସରପଞ୍ଚରୁ ଆରମ୍ଭ ମୋହନଙ୍କ ରାଜନୀତ କ୍ୟାରିୟର      

ମାଝୀ ତାଙ୍କ ରାଜନୈତିକ କ୍ୟାରିୟର ଜଣେ ସରପଞ୍ଚ ଭାବେ ଆରମ୍ଭ କରିଥିଲେ। ସେ ୧୯୯୭ରୁ ୨୦୦୦ ଯାଏଁ  ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୦ରେ ସାଧାରଣ ନିର୍ବାଚନରେ ବିଜେପିର ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହେଇଥିଲେ ।  ଆଉ ସେବେଠୁ ପଛକୁ ଫେରି ଚାହିଁ ନାହାନ୍ତି।    

୨୦୦୪ ରେ ଲଗାତାର ଦ୍ୱିତୀୟ ଥର ବିଧାୟକ  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୦୪ ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।   ସେ  ବିଧାନସଭାରେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିଥିଲେ ।  ସେହିପରି ୨୦୧୯,୨୦୨୪ରେ ଲଗାତାର ବିଜୟ ଲାଭ କରି ଜନତାଙ୍କ ଭରସା ଜିତିଥିଲେ ମୋହନ । 

ମାଝୀଙ୍କ ଜୀବନ ଯାତ୍ରା ଥିଲା ବେଶ ସଂଘର୍ଷପୂର୍ଣ୍ଣ  

6 ଜାନୁଆରୀ 1972 ମସିହାରେ ଜନ୍ମ ହୋଇଥିଲେ ମୋହନ ମାଝୀ ।   ତାଙ୍କର ଆରମ୍ଭ ଥିଲା ବେଶ ସଂଘର୍ଷପୂର୍ଣ୍ଣ  । ଚାଷୀ ପରିବାରରୁ ଆସିଥିବା ମୋହନ ବହୁତ କଷ୍ଟରେ ପାଠ ପଢିଥିଲେ । ପାଠ ପଢା ସରିବା ପରେ ରାଜନୀତିରେ ପାଦ ଥାପିଲେ ମୋହନ ମାଝୀ । ପିଏସ ମେମ୍ବରରେ ହାରିବା ପରେ ସେ ପଛକୁ ଫେରିନଥିଲେ । ରାଜନୀତି କେମିତି ଆଗକୁ ବଢିବେ ସେଦିଗରେ ସେ ଆଗଭର ହୋଇଥିଲେ । ଜୀବନ ସଂଗ୍ରାମରେ ଅନେକ ପ୍ରତିବନ୍ଧକ ଆସିଛି କିନ୍ତୁ ମୋହନ କୁହନ୍ତି ଯେଉଁଠି ସଙ୍ଘର୍ଷ   ନାହିଁ ଜିଇଁବାର ମାନେ ନାହିଁ।  ପ୍ରତି ମୂହୁର୍ତରେ ଜନତାଙ୍କ ଭରଷାକୁ ସାଥିରେ ନେଇ ୨୦୦୦ରୁ ଏଯାଏଁ  ଆଦିବାସୀଙ୍କ ଜନ ପ୍ରୀୟ ନେତା ମୋହନ ମାଝୀ।  ସ୍ମାର୍ଟ ସିଟିରୁ ମୋହନଙ୍କ ଗାଁ ସୁବୁଠି ଏବେ ଉତ୍ସାହ।  ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ।  ଆଉ ଏବେଠୁ ଆରମ୍ଭ ମୋହନ ଯୁଗ।  

 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

The new Chief Minister of Odisha, Mohan Majhi, will take oath as the Chief Minister of Odisha today at 4.45 pm | Argus News