Videos
|
Odisha

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଭିତରେ ମିଳିଛି ଝରକାର ସନ୍ଧାନ!

Manini Pattanayak
Browse all articles by Manini Pattanayak
·2 years ago·2 min read
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଭିତରେ ମିଳିଛି ଝରକାର ସନ୍ଧାନ!

ପୁରୀ: ୩୯ ବର୍ଷ ବ୍ୟବଧାନ ପରେ ଖୋଲାଯାଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଆଉ ଭିତର ରତ୍ନଭଣ୍ଡାର ଭିତରେ ମିଳିଛି ଝରକାର ସନ୍ଧାନ। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥଙ୍କର ଏକ୍ସକ୍ଲୁସିଭ୍ ବୟାନ୍ । ଝରକା ସେପଟେ କେଉଠିକୁ ରହିଛି ରାସ୍ତା ?  ୩୯ ବର୍ଷ ବ୍ୟବଧାନ ପରେ ଖୋଲାଯାଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ପ୍ରଥମ ଥର ଜୁଲାଇ୧୪  ଏବଂ ଦ୍ବିତୀୟ ଥର ଜୁଲାଇ ୧୮ରେ ଖୋଲାଯାଇଥିଲା ଭିତର ରତ୍ନ ଭଣ୍ଡାର। ଏହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଥିଲା ଉତ୍କଣ୍ଠା।

ଏହି ଭିତର ରତ୍ନଭଣ୍ଡାରକୁ ନେଇ ଅନେକ ଗୁଜବ ଅନେକ କାହାଣୀ ଶୁଣିବାକୁ ମିଳେ। କିଏ କହୁଥିଲା ସାପ ଜଗିଛି କିଏ କହୁଥିଲା ରତ୍ନଭଣ୍ଡାର ଭିତରୁ ଭୟଙ୍କର ଶବ୍ଦ ଆସୁଛି। ଏପରି ନାନାଦି କଥା କିନ୍ତୁ ସେ ସବୁ ଭୁଲ ପ୍ରମାଣିତ ହୋଇସାରିଛି। ଖୋଦ୍ ଭିତର ରତ୍ନ ଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ଏହାକୁ ଖଣ୍ଡନ କରିବା ସହ ଏସବୁ ଚର୍ଚ୍ଚାକୁ ଗୁଜବ ବୋଲି ସ୍ପଷ୍ଟ କରିସାରିଛନ୍ତି। ଏକଥା ବି କୁହାଯାଉଥିଲା ଭିତର ରତ୍ନ ଭଣ୍ଡାର ଭିତରେ ସୁଡ଼ଙ୍ଗ ରହିଛି। ତାହା ବି ଭୁଲ ପ୍ରମାଣିତ ହୋଇଛି। କିନ୍ତୁ ଆପଣ ଜଣି ଆଶ୍ଚର୍ଯ୍ୟ ହେବେ ଭିତର ରତ୍ନ ଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ବେଳେ ଝରକାର ସନ୍ଧାନ ମିଳିଛି। ଗୋଟିଏ କିମ୍ବା ୨ଟି ନୁହେଁ ୩ଟି ଝରକାର ମିଳିଛି ସନ୍ଧାନ। ତେବେ ଝରକାଗୁଡିକୁ ସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଅର୍ଗସକୁ ଏକ୍ସକ୍ଲୁସିଭ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ଭିତର ରତନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। 

 ଏହି ୩ଟି ରୁଦ୍ଧ ଝରକା କାହିଁକି ରଖାଯାଇଥିଲା ଭିତର ରତ୍ନ ଭଣ୍ଡର ଭିତରେ ? ପୂର୍ବରୁ ଝରକା ଗୁଡ଼କ ଖୋଲା ଥିଲା କି ? ପରବର୍ତ୍ତି ସମୟରେ ଏଗୁଡ଼ିକୁ କାହିଁକି ବନ୍ଦ କରିଦିଆଗଲା ? ଏହି ରୁଦ୍ଧଝରକା ସେପଟେ କଣ ରହିଛି ? ଏହି ଝରକା ବାଟଦେଇ ଭିତର ରତ୍ନଭଣ୍ଡାର ଭିତରକୁ ସୂର୍ଯ୍ୟାଲୋକ ଓ ପବନ ଯାଆସର ବ୍ୟବସ୍ଥା ଥିଲା କି ? ଏଏସଆଇ ଭିତର ରତ୍ନ ଭଣ୍ଡାର ଯାଞ୍ଚ ବେଳେ ଏହି ଝରକା ସମ୍ପର୍କରେ କରିବ କି ଅନୁସନ୍ଧାନ? କୁହାଯାଏ ରହସ୍ୟମୟ ରତ୍ନ ଭଣ୍ଡାର। ଏହି ଝରକା ଭଳି ଆହୁରି ଅନେକ ରହସ୍ୟ ଲୁଚି ରହିଛି ମହାପ୍ରଭୁଙ୍କ ଭିତର ରତ୍ନ ଭଣ୍ଡାରରେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର 

After a gap of 39 years, the ratna bhandar of the temple has been opened | Argus News