Videos
|
Odisha

ଦୀର୍ଘ ୧୪ ଦିନ ପରେ ବାହାରିନରୁ ଆସିଲା ଦାଦନ ଶ୍ରମିକଙ୍କ ମୃତ ଶରୀର

Ritu Das
Browse all articles by Ritu Das
·2 years ago·2 min read
ଦୀର୍ଘ ୧୪ ଦିନ ପରେ ବାହାରିନରୁ ଆସିଲା ଦାଦନ ଶ୍ରମିକଙ୍କ ମୃତ ଶରୀର

ଅର୍ଗସ ବ୍ୟୁରୋ: ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନ ପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ କରିବା ସକାଶେ ନିଜର ଭିଟାମାଟି ଓ ଆତ୍ମୀୟ ସ୍ବଜନଙ୍କୁ ଛାଡି କାମ କରିବାକୁ ଲୋକ ମାନେ ଯାଆନ୍ତି ବାହାର ରାଜ୍ୟକୁ କିମ୍ବା ବିଦେଶକୁ। ବେଳେବେଳେ ସମୟ ଚକ୍ରରେ ପଡି ସେଠାରେ ହଇରାଣ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତ ପୁଣି କେତେବେଳେ ସେମାନଙ୍କ ମୃତ ଶରୀର ଫେରେ ଗାଁ କୁ। ଏମିତି ଏକ ଦୁଃଖଦ ଖବର ଆସି ପହଞ୍ଚିଛି ବାହାରିନରୁ।

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନଙ୍କ ଏକ ମାତ୍ର ରୋଜଗାରିଆ ପୁଅ ସାଗର ପ୍ରଧାନଙ୍କ ମୃତ୍ୟୁ ଖବର ଆସି ପହଞ୍ଚିବା ପରେ ଗାଁରେ। ସାଗର ଶ୍ରମିକ ଭାବେ ରୋଜଗାର କରିବାକୁ ଯାଇ ମୃତ୍ୟୁବରଣ  କରିଥିବା  ଦୁଃଖଦ ଖବର ବାଗଲପୁର ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା। ପରିବାର ଉପରେ ଥିବା 9 ଲକ୍ଷ  ଟଙ୍କାର ଋଣ ବୋଝରୁ ମୁକୁଳିବା ପାଇଁ ବାପା କାର୍ତ୍ତିକ ପ୍ରଧାନ ଦାଦନ ଖଟିବା ପାଇଁ ମାଳଦ୍ବୀପ ଯାଇଥିବା ବେଳେ ଏକ ମାତ୍ର ପୁଅ ରୋଜଗାର କରିବା ପାଇଁ ଯାଇ ଶବ ହୋଇ ଭିଟା ମାଟିକୁ ଫେରିଛି। 

ତାର ମୃତ ଦେହକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଅର୍ଗସରେ ପ୍ରଥମେ ଓ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା। ଦୀର୍ଘ ୧୪ ଦିନ ପରେ ଗାଁରେ ଆସି ପହଞ୍ଚିଲା ମୃତ ଶରୀର। ଆମେ ଯେତେବେଳେ ପହଞ୍ଚି ଥିଲୁ ବାଗଲପୁର ଗ୍ରାମରେ ସେତେବେଳେ ଗାଁ ଶ୍ମଶାନରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଶ୍ମଶାନ। ଯେତେବେଳେ କଫିନରୁ ଶବକୁ କଢାଗଲା ,ଦେଖିବାକୁ ମିଳିଥିଲା ,ଶରୀରର କୌଣସି ସ୍ଥାନରେ କଟା ଦାଗଟିଏ ବି ନାହିଁ। ବିନା ବ୍ୟବଚ୍ଛେଦରେ ଅଣାଯାଇଥିବା ଅଭିଯୋଗ କରିଥିଲେ ଗାଁ ଓ ପରିବାର ଲୋକେ। ସାଗରକୁ ସେଠାରେ ମାରି ଦିଆଯାଇଥିବା ଅଭିଯୋଗ ମଧ୍ୟ କରିଥିଲେ। 

ଖଲ୍ଲିକୋଟ ଦାନା ପାଇଁ ଦାଦନ ଗଡ଼ରେ ପରିଣତ ହେଲାଣି ଓ ଗତ ପାଞ୍ଚ ବର୍ଷରେ ଖଲ୍ଲିକୋଟ ବ୍ଲକରେ ରୋଜଗାର ପାଇଁ ଦାଦନ ଖଟି 50ରୁ ଉର୍ଦ୍ଧ୍ବ ଶବ ହୋଇ ଭିଟାମାଟିକୁ ଫେରିଥିବା ବେଳେ ଏଥି ପ୍ରତି ସରକାର କିମ୍ବା ରାଜନେତା ମାନେ କୌଣସି ପଦକ୍ଷେପ ନେଉନାହାନ୍ତି ଏହା ଏକ ଦୁଃଖ ଓ ପରିତାପର ବିଷୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର