ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ଏ କି ବ୍ୟବହାର ?

ଅର୍ଗସ ବ୍ୟୁରୋ: ଇଏ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ସୁବର୍ଣ୍ଣପୁର ଜିଲ୍ଲାରୁ ଗତ 25 ବର୍ଷ ଧରି ବିଧାନସଭାକୁ ପ୍ରତିନିଧିତ୍ବ କରିଆସୁଛନ୍ତି। ତିନି ତିନି ଥର ନବୀନ ସରକାରରେ ମନ୍ତ୍ରୀ ବନିଛନ୍ତି। 25 ବର୍ଷରେ ନିଜ ଅଞ୍ଚଳରେ ଗୋଟିଏ ହେଲେ ନୂଆ ଶିଳ୍ପତ ପ୍ରତିଷ୍ଠା କରିପାରିଲେନି। ବରଂ ଜିଲ୍ଲାର ଯେଉଁ ଏକମାତ୍ର ଶିଳ୍ପ ସୋନପୁର ସୂତାକଳ ହଜାର ହଜାର ଲୋକଙ୍କୁ ରୋଜଗାର ଦେଉଥିଲା ତାହା ଏହି ମହାଶୟଙ୍କ ଅମଳରେ ବନ୍ଦ ହୋଇଗଲା। ଶହ ଶହ ଶ୍ରମିକ ରୋଜଗାର ହରାଇଲେ। ହଜାର ହଜାର ଚାଷୀ କପା ବିକ୍ରୀ କରି ନପାରି ଅଭାବୀବିକ୍ରୀର ଶିକାର ହେଲେ। କପା ଚାଷୀଙ୍କର ଏହି ସମସ୍ୟା ନେଇ ମନ୍ତ୍ରୀ ମହାଶୟଙ୍କୁ ପଚାରିବାରୁ ଦେଖନ୍ତୁ କିପରି ମୁହଁବୁଲାଇ ପଲାଉଛନ୍ତି।
ଗତ 25 ତାରିଖରେ ସୋନପୁରକୁ ନିର୍ବାଚନ ପ୍ରଚାରରେ ଆସିଥିବା କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଟେକ୍ସଟାଇଲ ମିଲ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଥିଲେ। ଆଉ ପ୍ରତିଶ୍ରୁତି ଦେଇଥିଲେ ବିଜେପି ଓଡ଼ିଶାରେ ସରକାର ଗଢିଲେ ସୋନପୁରରେ ପ୍ରତିଷ୍ଠାହେବ ଟେକ୍ସଟାଇଲ୍ ମିଲ। ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି।
କେବଳ ସୁବର୍ଣ୍ଣପୁର ନୁହେଁ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଓ କଣ୍ଟାବାଞ୍ଜି ଅଞ୍ଚଳରେ ମଧ୍ୟ ବ୍ୟାପକ କପା ଚାଷ ହେଉଛି। ଏହି ଅଞ୍ଚଳରେ ଉତ୍ପାଦିତ କପାର ଚାହିଦା ବିଶ୍ୱସ୍ତରୀୟ। ସେଥିପାଇଁ ସ୍ଥାନୀୟ ଲୋକେ ଏହାକୁ ଧଳା ସୁନା ବୋଲି କୁହନ୍ତି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାରେ 2023 -2024 ବର୍ଷରେ 62 ହଜାର 300 ହେକ୍ଟର ଜମିରେ କପା ଚାଷ ପାଇଁ ଟାର୍ଗେଟ ଥିବା ବେଳେ 71 ହଜାର ହେକ୍ଟରରେ ଚାଷ ହୋଇଥିଲା। ଅମଳ ହୋଇଥିଲା 8 ଲକ୍ଷ 15 ହଜାର କୁଇଣ୍ଟାଲ କପା। ତେବେ ଏହାର ପରିମାଣ ବେସରକାରୀ ଭାବେ ଢେର ଅଧିକ। କିନ୍ତୁ ଜିଲ୍ଲାରେ କୌଣସି ଶିଳ୍ପ ନଥିବାରୁ ଚାଷୀ ହେଉଛି ଅଭାବୀ ବିକ୍ରିର ଶିକାର। ସୋନପୁରରେ ଟେକ୍ସଟାଇଲ ଶିଳ୍ପର ଆବଶ୍ୟକତା ଥିବା ବେଳେ ରାଜ୍ୟ ସରକାର ଅନ୍ୟ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି। ଏନେଇ ଗତ ଜାନୁଆରୀ 3 ତାରିଖ ଲୋୟାର ସୁକତେଲ ପ୍ରକଳ୍ପ ଉଦଘାଟନ ସମାରୋହରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଶ୍ନ ଉଠାଇଥିଲେ।
ସୋନପୁର ବିଧାନସଭା ଆସୁଛି ବଲାଙ୍ଗିର ଲୋକସଭା କ୍ଷେତ୍ର ମଧ୍ୟରେ। ଆଉ ସେହି ବଲାଙ୍ଗିର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଆଉ ଏକ ବିଧାନସଭା ଆସନ କଣ୍ଟାବାଞ୍ଜିରୁ ଏଥ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ। କପା ଚାଷୀଙ୍କ ସମସ୍ୟା ସମାଧାନରେ ବିଫଳ 25 ବର୍ଷର ସରକାରକୁ ଜବାବ ଦେବକୁ ପ୍ରସ୍ତୁତ ଏହି ଅଞ୍ଚଳର କପାଚାଷୀ।
📱 Get Argus News App
✨ଦାଦନ ପ୍ରବଣ ବଲାଙ୍ଗିର ଲୋକସଭା କ୍ଷେତ୍ରର ଲକ୍ଷ ଲକ୍ଷ ଲୋକ ସୁରଟର ଟେକ୍ସଟାଇଲ ମିଲରେ କାମ କରୁଛନ୍ତି। ସେମାନଙ୍କ ପରିଶ୍ରମ ବଳରେ ସମୃଦ୍ଧ ସୁରଟର ବୟନ ଶିଳ୍ପ। ଅର୍ଥତ ଅପାରଗ ଓଡ଼ିଶା ସରକାର 25 ବର୍ଷ କ୍ଷମତାରେ ରହିବା ସତ୍ତ୍ବେ ନିଜ ମାନବ ସମ୍ବଳକୁ ବ୍ୟବହାର କରି ରୋଜଗାର ଭିତ୍ତିକ ଶିଳ୍ପ ପ୍ରତିଷ୍ଠାରେ ବିଫଳ ହୋଇଛନ୍ତି। ଏବେ ସୋନପୁରରେ ଟେକ୍ସଟାଇଲ ମିଲ ସ୍ଥାପନ ନେଇ ଗୃହମନ୍ତ୍ରୀ ଶାହାଙ୍କ ପ୍ରତିଶ୍ରୁତି ପରେ ଏହି ଅଞ୍ଚଳର ଲୋକଙ୍କ ମନରେ ଜାଗିଛି ନୂଆ ଆଶା। ଆଉ 25 ବର୍ଷର ପ୍ରତାରଣାର ଜବାବ ଦେବାକ ସେମାନେ ମନସ୍ଥ କରିସାରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: